Latest Odisha News

BREAKING NEWS

ଋଷିଆକୁ ଝଟକା ଦେଲା ୟୁଟ୍ୟୁବ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ । ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷିଆ । ଏହାରି ଭିତରେ ଋଷିଆକୁ ଝଟକା ଦେଇଛି ୟୁଟ୍ୟୁବ । ଋଷିଆର ମିଡିଆ ସଙ୍ଗଠନ ଓ ଅନ୍ୟ ଋଷି ଚ୍ୟାନାଲ ଉପରେ ପ୍ରତିବନ୍ଧକ ଲଗାଇଛି ୟୁଟ୍ୟୁବ ।

ଅସାଧାରଣ ପରିସ୍ଥିତିକୁ ଦର୍ଶାଇ ୟୁଟୁବ କହିଛି ଯେ, ତାଙ୍କର ପ୍ଲାଟଫର୍ମରେ ଅନେକ ଚାନେଲ କାରଣରୁ ମୋନିଟାଇଜେସନ ଉପରେ ରୋକ ଲାଗାଯାଇଛି। ଏହି କାରଣରୁ ଏହି ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିରେ ଋଷିଆର ଅନେକ ଚାନେଲ ସାମିଲ ରହିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବର ଏହି ପଦକ୍ଷେପ ଦ୍ବାରା ରୁଷିଆ ସରକାରଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

Comments are closed.