Latest Odisha News

BREAKING NEWS

ରେଳ ଟ୍ରାକରେ ‘ସୁଇସାଇଡ୍‌ ଷ୍ଟଣ୍ଟ’ ପ୍ରଦର୍ଶନ କରି ୟୁଟ୍ୟୁବର୍‌ ଗିରଫ

ନୂଆଦିଲ୍ଲୀ: ରେଲୱେ ଟ୍ରାକରେ ‘ସୁଇସାଇଡ୍‌ ଷ୍ଟଣ୍ଟ’ ପ୍ରୋତ୍ସାହନ କରୁଥିବା ଭିଡିଓ ପ୍ରସାରଣ ଅଭିଯୋଗରେ ରବିବାର ଦିନ ବାନ୍ଦ୍ରା ସରକାରୀ ରେଳ ପୋଲିସ ଦ୍ୱାରା ଜଣେ ୟୁଟ୍ୟୁବର୍‌ଙ୍କୁ ଗିରଫ କରାଯାଇଛି।

ଏହି ୟୁଟ୍ୟୁବ୍‌ ଇନ୍‌ଫ୍ଳୁଏନ୍‌ସର ଅନୁଗାମୀଙ୍କ ସଂଖ୍ୟା ୪୪.୮କେ। ଏହି ୟୁଟ୍ୟୁବର୍‌ ଜଣକ ହେଉଛନ୍ତି ଇଫି ଖାନ। ସେ ରେଳ ଟ୍ରାକରେ “ସୁଇସାଇଡ୍‌ ଷ୍ଟଣ୍ଟ” ପ୍ରଦର୍ଶନ କରି ଲୋକମାନଙ୍କୁ ଏହି ଆକ୍ରାତ୍ମକ ଷ୍ଟଣ୍ଟ କରିବାକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହୋଇଛି।

ସେ ଏଭଳି ଏକ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ନାଁରେ ଏହି ଅଭିଯୋଗ ଆସିଥିଲା। ଶୁକ୍ରବାର ଅପରାହ୍ନରେ ବାନ୍ଦ୍ରା ରେଳ ଷ୍ଟେସନ ଥିବା ରେଳ ଟ୍ରାକରେ ସେ ଏହି ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ। ଏହାପରେ ତାକୁ ସୋସିଆଲ୍‌ ମିଡିଆରେ ଛାଡିଥିଲେ।

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ଏହି ଭିଡିଓ ଟ୍ୱିଟ କରାଯିବା ପରେ ଜିଆର୍‌ପି ଅଧିକାରୀ ଖାନଙ୍କୁ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା।

Comments are closed.