Latest Odisha News

ଲାଇକ ଓ ଭ୍ୟୁଜ୍ ପାଇଁ ରେଲୱେ ଟ୍ରାକରେ ରଖୁଥିଲେ ଇଟା, ସାଇକେଲ, ମୋବାଇଲ୍ ସହ ଏସବୁ ଜିନିଷ

ଲକ୍ଷ୍ନୌ: ଭାରତୀୟ ରେଳବାଇରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଯାତ୍ରା କରନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ। କିନ୍ତୁ ଯଦି କେହି ବ୍ୟକ୍ତି ରେଲୱେ ଟ୍ରାକରେ କିଛି ରଖିଦିଅନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯୁବକ ରେଳ ଟ୍ରାକରେ ହାତୁଡ଼ି, ଲୁହା ଭଳି ଜିନିଷ ରଖି ମଜା ନେଉଥିବା ଦେଖିବାକୁ ମିଳିବ।

ଉତ୍ତରପ୍ରଦେଶର ଲାଲଗୋପାଲଗଞ୍ଜରେ ରହୁଥିବା ଗୁଲଜର ଶେଖ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଦେଖାଇଥାନ୍ତି ଯେ ରେଳ ଟ୍ରାକରେ ଏଭଳି ଜିନିଷ ରଖିଲେ ପରିଣାମ କଣ ହୁଏ।

ସେ ରେଳ ଟ୍ରାକରେ ପଥର, ସାଇକେଲ, ସିଲିଣ୍ଡର, ଇଟା, ମୋବାଇଲ୍, ସାବୁନ୍, ମୋଟର, ହାତୁଡ଼ି, ଲୁହାରେ ନିର୍ମିତ ଜିନିଷ ରଖି ଅନେକ ଭିଡିଓ ପ୍ରସ୍ତୁତ କରିଛନ୍ତି।

ଏହି କାମ ସେ ଅନେକ ଥର କରିବା ସହ ଏଭଳି ଅପରାଧିକ କାର୍ଯ୍ୟକଳାପର ଭିଡିଓ ପ୍ରସ୍ତୁତ କରି ଇଣ୍ଟରନେଟରେ ସେୟାର ମଧ୍ଯ କରିଛନ୍ତି। ଭିଡିଓ ଦେଖିବା ପରେ ୟୁଜର୍ସ ମାନେ ଖୁବ ସମାଲୋଚନା ମଧ୍ଯ କରିଛନ୍ତି।

ତେବେ ଲାଇକ ଓ ଭ୍ୟୁଜ୍ ନିଶାରେ ଉକ୍ତ ଯୁବକ ଭୁଲିଗଲେ ଯେ ଯଦି ରେଳ ଟ୍ରାକରେ କୌଣସି ଦୁର୍ଘଟଣା ଘଟେ, ତେବେ ଟ୍ରେନ୍ ଭିତରେ ବସିଥିବା ହଜାର ହଜାର ଲୋକଙ୍କ ଜୀବନ ବିପଦରେ ପଡିପାରେ।

ଅପରପକ୍ଷେ ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ତାକୁ ଗିରଫ କରିଛି।

 

Comments are closed.