Latest Odisha News

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ଦେଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କେବଳ ସେତିକି ନୁହେଁ ଭବିଷ୍ୟତରେ ଏପରି ନ କରିବାକୁ କୋର୍ଟ ଅନିମେଶଙ୍କୁ ତାଗିଦ୍ ବି କରିଛନ୍ତି।

ସୂଚନା ଥାଉକି ଅନିମେଶ ଶ୍ରୀମନ୍ଦିରର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଓ ଭିଡ଼ିଓ ସଂଗ୍ରହଣ କରିଥିଲେ। ଏହାପରେ ତାକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ‘ୟୁନିଫାଏଡ୍ ଅନିମେଶ’ରେ  ଗତବର୍ଷ ନଭେମ୍ବର ମାସରେ ଅପ୍‌ଲୋଡ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଭିଡିଓ ଫୁଟେଜ୍ ବିକ୍ରି କରିବା ପାଇଁ ଅନିମେଶ ଲୋକଙ୍କ ଠାରୁ ୨୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି।

ପରେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯାଇଥିଲା। ଗତ ଜାନୁଆରି ୧୮ ତାରିଖ ଦିନ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ହେବା ପରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଓଡ଼ିସାବାସୀଙ୍କୁ କ୍ଷମା ମାଗିବା ସହ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ଜାନୁଆରୀ ୭, ୨୦୨୩ରେ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ହେଲେ ସୋମବାର ମାମଲାର ଶୁଣାଣି କରି ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଜାମିନ ପ୍ରଦାନ କରିଛନ୍ତି।

Comments are closed.