Latest Odisha News

ଭାଇରାଲ ହେଉଛନ୍ତି ତୁର୍କିର ଏହି ଶୁଟର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଅବସରରେ ହଠାତ ତୁର୍କୀର ଶୁଟର ୟୁସୁଫ ଡିକେକ ଭାଇରାଲ ହେବାରେ ଲାଗିଛନ୍ତି । ୫୧ ବର୍ଷୀୟ ଏହି ଶୁଟର ଯେଉଁ ଶୈଳୀରେ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ଏବଂ ଐତିହାସିକ ରୌପ୍ୟ ପଦକ ହାସଲ କଲେ ତାହା ସମସ୍ତଙ୍କୁ ପସନ୍ଦ ଆସିଛି । ୧୦ ମିଟର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଡିକେକ ଓ ସେଭାଲ ଇଲିୟାଡା ରୌପ୍ୟ ପଦକ ହାସଲ କରିଥିଲେ । ସର୍ବିୟାର ଡାମିର ମାଇକେକ ଓ ସେଭାଲ ଇଲାୟାଡା ତାରହାନ ସ୍ୱର୍ଣ୍ଣ ପଦକ ଜିିତଥିଲେ । ସୂଚନାଯୋଗ୍ୟ, ଭାରତୀୟ ଯୋଡି ମାନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଡିକେକ ଏହା ୧୩ତମ ବ୍ୟକ୍ତିଗତ ଇଭେଂଟ ଥିଲା ।

ସାଧାରଣ ଟିଶର୍ଟ ସହ ସେ ଇୟରପ୍ଲଗ ପିନ୍ଧିଥିଲେ । ଅନ୍ୟ ପ୍ରତିଯୋଗୀଙ୍କ ପରି ସେ ବ୍ଲାଇଣ୍ଡର ପିନ୍ଧି ନ ଥିଲେ । ବାହାର ଶବ୍ଦକୁ ରୋକିବା ପାଇଁ ସେ କେବଳ ଇୟରପ୍ଲଗ ପିନ୍ଧିଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି ୫୧ରେ ପ୍ୟାରିସରେ ରୌପ୍ୟ ହେଲେ ୨୦୨୮ ଲସଆଞ୍ଜେଲ୍ସରେ ସ୍ୱର୍ଣ୍ଣ ଜିତିବେ । ତାଙ୍କ ଷ୍ଟାଇଲ ଅନ୍ୟମାନଙ୍କଠାରୁ ଭିନ୍ନ । ଅନ୍ୟ ଜଣେ ଲେଖିଛନ୍ତି ପ୍ୟାରିସ ଗେମ୍ସର ସୁରକ୍ଷା ଦାୟିତ୍ୱରେ ମଧ୍ୟ ଆବଶ୍ୟକ ପଡିଲେ ସେ ହସ୍ତକ୍ଷେପ କରିପାରିବେ ।

Comments are closed.