Latest Odisha News

BREAKING NEWS

ଶୁଭମନ, ଅଭିଷେକଙ୍କୁ ଗଲ୍ଫ ଖେଳିବାକୁ କହିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତକୁ ୨ ଥର ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂ ଏବେ ତାଙ୍କ ଶିଷ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶୁଭମନ ଗିଲ ଓ ଅଭିଷେକ ଶର୍ମାଙ୍କୁ ସେ ଗଲ୍ଫ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । କିଛି ଦିନ ତଳେ ଭାରତର ପୂର୍ବତନ ଅଧିନାୟକ କପିଳ ଦେବ ମଧ୍ୟ କହିଥିଲେ, ଆରମ୍ଭରୁ ଯଦି ମୁଁ ଗଲ୍ଫ ଖେଳିଥାନ୍ତି ତେବେ ଅତିରିକ୍ତ ୨୦୦୦ ରନ ସଂଗ୍ରହ କରିଥାନ୍ତି । ଯୁବରାଜ ଏବେ କହିଛନ୍ତି ମୁଁ କପିଳପାଜୀ କଥାରେ ସହମତ । ଗଲ୍ଫ ଖେଳିଥିଲେ ମୁଁ ୩୦୦୦ ଅଧିକ ରନ ସଂଗ୍ରହ କରିଥାନ୍ତି । କ୍ରିକେଟରେ ଆପଣଙ୍କୁ ବହୁତ କମ ଦ୍ୱିତୀୟ ଥର ସୁଯୋଗ ମିଳିଥାଏ । ସୁଯୋଗର ସଦୁପଯୋଗ ଜରୁରୀ ।

ଗଲ୍ଫରେ ତୁମେ ମ୍ୟ।।ଚକୁ ପ୍ରତ୍ୟାବର୍ତନ କରିପାରିବ ମାତ୍ର କ୍ରିକେଟରେ ଏହା ଏତେଟା ସହଜ ନୁହେଁ । ଗଲ୍ଫ ଖେଳିବା ଦ୍ୱାରା ବଲକୁ ଠିକ ଭାବେ ମାରିବାରେ ସହାୟ ହୋଇଥାଏ । ଯୁବରାଜ ହସିକରି କହିଥିଲେ ମୁଁ ଏବେ ସେମାନଙ୍କୁ ଗଲ୍ଫ ଖେଳିବାକୁ କହିଛି । ଦେଖାଯାଉ ସେମାନେ କେତେ ଅଧିକ ରନ କରୁଛନ୍ତି । ଆଇପିଏଲ ସମୟରେ ସେମାନେ ଗଲ୍ଫ ଖେଳିବା ପାଇଁ ସମୟ ବାହାର କରିପାରିବେ ବୋଲି ଯୁବି କହିଛନ୍ତି ।

Comments are closed.