ଚଣ୍ଡୀଗଡ: ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂଙ୍କ ଏକ ବୟାନ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ନିକଟରେ ଏକ ସାକ୍ଷାତକାରରେ ସେ କିପରି ଯନ୍ତ୍ରଣାଦାୟକ ଜୀବନ କାଟୁଛନ୍ତି ସେ ସମ୍ପର୍କରେ ଖୁଲାସା କରିଥିଲେ । ଏପରିକି ମୁଁ ଏବେ ମୃତ୍ୟୁ ବ୍ୟତୀତ ଆଉ କିଛି ଚାହୁଁ ନାହିଁ ବୋଲି କହିଛନ୍ତି । ଏବେ ବଂଚିବା ଆଉ ଖାଦ୍ୟ ପାଇଁ ମୋତେ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ମୁଁ କ୍ଲାନ୍ତ । ମୃତ୍ୟୁ ହିଁ ଏକମାତ୍ର ରାସ୍ତା ବୋଲି କହିଛନ୍ତି । ମୋ ଜୀବନର ଗତିପଥ ସେତେବେଳେ ବଦଳିଗଲା ଯେତେବେଳେ ମୋ ସ୍ତ୍ରୀ ଓ ପୁଅ ଯୁବରାଜ ମୋତେ ଛାଡି କରି ଚାଲିଗଲେ ।
ଯେଉଁମାନଙ୍କ ପାଇଁ ମୁଁ ମୋ ଯୌବନ ବାଜିରେ ଲଗାଇଥିଲି ସେମାନେ ଛାଡି ଚାଲିଯିବି କେବେ ଭାବି ନ ଥିଲି । ଯୋଗରାଜ ସିଂ ଜଣେ ଭଲ କ୍ରିକେଟର ଥିଲେ । ସେ ପେସ ବୋଲର ଭାବେ ଭାରତ ପକ୍ଷରୁ ଖେଳିଛନ୍ତି । ସେ ଗୋଟିଏ ଟେଷ୍ଟ ଓ ୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ଗୋଟିଏ ୱିକେଟ ନେଇଥିବା ବେଳେ ଦିନିକିଆରେ ୪ଟି ୱିକେଟ ହାସଲ କରିଥିଲେ । ୭ଟି ଆନ୍ତର୍ଜାତୀୟ ମ୍ୟାଚରେ ୧୧ ରନ ଓ ୫ ୱିକେଟ ନେଇଛନ୍ତି । ଯୁବରାଜଙ୍କୁ ସେ ଏକ ଭିନ୍ନ ଧରଣର କ୍ରିକେଟର ଭାବେ ଗଢ଼ିଥିଲେ । ଯୋଗରାଜ ଏବେ କ୍ରମାଗତ ଭାବେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଛନ୍ତି ।
Comments are closed.