Latest Odisha News

BREAKING NEWS

ଦୀର୍ଘ ଦିନ ପରେ ଅବସର କାହିଁକି ନେଲେ ଖୁଲାସା କଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂ ୨୦୧୯ରେ ଅବସର ଘୋଷଣା କରିଥିଲେ । ଭଲ ଖେଳିବା ସତ୍ୱେ ସେ ହଠାତ କାହିଁକି ଅବସର ନେଲେ ସେ ସମ୍ପର୍କରେ ଯୁବରାଜ ଖୁଲାସା କରିଛନ୍ତି । ସେ ସମୟରେ ମୋତେ ଖେଳିବାକୁ ଆଉ ମଜା ଲାଗୁ ନ ଥିଲା । ଟିମ ମ୍ୟାନେଜମେଂଟ, ପରିବେଶ ଓ ସାଥୀ ଖେଳାଳିଙ୍କ ତାଙ୍କ ପ୍ରତି ସମ୍ମାନ ନ ଥିଲା । ମୁଁ କାହିଁକି ଖେଳିବା ଜାରୀ ରଖିଛି ବୋଲି ମୋ ମନକୁ ବାରମ୍ବାର ପ୍ରଶ୍ନ ଆସିଥିଲା । ସେ ୩୦ ଜୁନ ୨୦୧୭ରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ପରେ ୨୦୧୯ ଦିନିକିଆ ବିଶ୍ୱକପ ପାଇଁ ଚୟନ ନ ହେବା ତାଙ୍କୁ ଆଘାତ ଦେଇଥିଲା । ଏହା ପରେ ସେ ଅବସର ଘୋଷଣା କରିଥିଲେ ।

ସେହି ବର୍ଷ ସେ ଶେଷ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିଥିଲେ । ମାନସିକ ଓ ଶାରୀରିକସ୍ତରରେ ଭାଙ୍ଗି ପଡିବା ଯୋଗୁ ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହେଉଥିଲା । କ୍ରିକେଟ ଛାଡିବାର କିଛି ଦିନ ପରେ ମୁଁ ପୂର୍ବ ପରି ନଜକୁ ପାଇଥିଲି । ୧୩ ବର୍ଷ ବୟସରେ ଜଣେ ପୂର୍ବତନ ଖେଳାଳି ବାପାଙ୍କୁ କହିଥିଲେ ଏହା ହାତରେ କ୍ରିକେଟ ହେବନି । ମୋ ବାପାଙ୍କର କିନ୍ତୁ ବିଶ୍ୱାସ ରହିଥିଲା । ତାଙ୍କ ସ୍ୱପ୍ନ ସାକାର କରିଥିବାରୁ ମୁଁ ଗର୍ବିତ ବୋଲି ଯୁବରାଜ କହିଛନ୍ତି । ସାନିଆ ମିର୍ଜାଙ୍କ ପୋଡକାଷ୍ଟାରେ ଯୁବରାଜ ଏହି ଖୁଲାସା କରିଛନ୍ତି ।

Leave A Reply

Your email address will not be published.