Latest Odisha News

ଲୋକସଭା ନିର୍ବାଚନ ଲଢ଼ିବେ ଯୁବରାଜଙ୍କ ପିତା ଯୋଗରାଜ

ସୁଲତାନପୁର: କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ସୁଲତାନପୁର ଲୋଧୀସ୍ଥିତ ଐତିହାସିକ ଗୁରୁଦ୍ୱାର ଶ୍ରୀ ବୈର ସାହେବରେ ନତମସ୍ତକ ହେବାକୁ ସେ ଯାଇଥିଲେ । ଗୁରୁ ସାହେବଙ୍କ ଆଶୀର୍ବାଦ ପାଇବା ପରେ ସେ ରାଜନୀତି ସମ୍ପର୍କରେ ଏହି ଘୋଷଣା କରିଥିଲେ । ଯୋଗରାଜ ଜଣେ ପଞ୍ଜାବୀ ଅଭିନେତା ଓ କ୍ରିକେଟର ଅଟନ୍ତି । ନିକଟରେ ସେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇଥିଲେ । ଆନନ୍ଦପୁର ସାହେବ ଲୋକସଭା ସିଟରୁ ମୁଁ ଲଢ଼ିବି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ସିଟରେ କଂଗ୍ରେସର ମନୀଷ ତିୱାରୀ ସାଂସଦ ଅଛନ୍ତି ।

ଏହି ଅବସରରେ ସେ ନିଜ ପୁଅ ଯୁବରାଜଙ୍କ ପ୍ରଶଂସା କରିଥିଲେ । କ୍ରିକେଟ ପ୍ରତି ମୋ ଆଗ୍ରହ ଥିଲା, ମାତ୍ର ବେଶୀ ଆଗକୁ ଯାଇପାରି ନ ଥିଲି । ମୋ ପୁଅ ଦେଶ ବିଦେଶରେ ନାମ କମାଇ ମୋର ମାନ ବଢ଼ାଇଛି ବୋଲି ସେ କହିଛନ୍ତି । ମୋ ଜୀବନରେ ମୁଁ ଅନେକ ଭୁଲ କରିଛି । ବାବା ବଲବୀର ସିଂଙ୍କୁ ଗୁରୁ ଭାବେ ଧାରଣ କରିବା ପରେ ମୋ ଜୀବନ ସଫଳ ହୋଇଯାଇଛି ବୋଲି ଯୋଗରାଜ କହିଛନ୍ତି ।

Leave A Reply

Your email address will not be published.