ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ଆଜିକା ସମୟରେ ଚର୍ଚ୍ଚାରେ ରହିଛନ୍ତି। କାରଣ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ବେଳେ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ ଅନୁଯାୟୀ, କୋରିଓଗ୍ରାଫର ତଥା ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସ୍ଥାୟୀ ଭରଣପୋଷଣ ଭାବରେ ୪.୭୫ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି କ୍ରିକେଟର ୟୁଜଭେନ୍ଦ୍ର ଚହଲ। ବାର ଆଣ୍ଡ ବେଞ୍ଚ ବୁଧବାର ଦିନ ପ୍ରକାଶ କରିଛନ୍ତି ଯେ ଏଥିମଧ୍ୟରୁ ୨.୩୭ କୋଟି ଟଙ୍କା ଧନଶ୍ରୀଙ୍କୁ ଦିଆଯାଇସାରିଛି। ବାକି ଟଙ୍କା ଶୀଘ୍ର ଦେବାକୁ କୁହାଯାଇଛି।
ତେବେ ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ସେମାନଙ୍କର ୪ ବର୍ଷର ବୈବାହିକ ଜୀବନକୁ ଶେଷ କରିବା ପାଇଁ ଖୁବ୍ ଜଲଦିରେ ଥିବା ଦେଖାଯାଇଛି। କାରଣ ସେମାନେ ପାରସ୍ପରିକ ସହମତିରେ ଛାଡପତ୍ର ନେବାକୁ ରାଜି ହୋଇଥିଲେ। ଏପରିକି ଦୁହେଁ ବିବାହକୁ ବଞ୍ଚାଇବା ପାଇଁ ୬ ମାସର କୁଲିଂ ଅଫ୍ ପିରିୟଡ୍ ନେବାକୁ ମଧ୍ୟ ମନା କରିଦେଇଛନ୍ତି। ଛାଡପତ୍ର ଆବେଦନ ପରେ ୬ ମାସର କୁଲିଂ ଅଫ୍ ପିରିୟଡ୍ ଛାଡ଼ କରିବା ଜନିତ ଆବେଦନକୁ ବମ୍ବେ ହାଇକୋର୍ଟ ମଞ୍ଜୁର କରିଛନ୍ତି।
ଜଷ୍ଟିସ୍ ମାଧବ ଜାମଦାରଙ୍କ ଏକକ ଖଣ୍ଡପୀଠ କହିଛନ୍ତି ଯେ ଚହଲଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଥିବାରୁ ସେ ମାର୍ଚ୍ଚ ୨୧ରୁ ଉପଲବ୍ଧ ରହିବେ ନାହିଁ। ଯାହାଫଳରେ ସେମାନଙ୍କ ଛାଡପତ୍ରର ଚୂଡ଼ାନ୍ତ ନିଷ୍ପତ୍ତି ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ନିଆଯିବ ବୋଲି ଜଣାପଡିଛି।
Comments are closed.