ମୁମ୍ବାଇ: ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ । ଭାରତୀୟ କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଅଫିସିଆଲି ଡିଭୋର୍ସ ହୋଇସାରିଛି । ଆଜି ସେମାନଙ୍କର ଡିଭୋର୍ସ ହୋଇଥିବା ନେଇ ରିପୋର୍ଟରୁ ଜଣାପଡିଛି । ଆଜି ବମ୍ବେ ହାଇକୋର୍ଟ ସେମାନଙ୍କର ପାରସ୍ପରିକ ସହମତିରେ ଛାଡପତ୍ର ଆବେଦନ ଗ୍ରହଣ କରିଥିବା ଜଣାପଡିଛି। ଏବେ ଆଉ ସ୍ବାମୀ ସ୍ତ୍ରୀ ହୋଇରହିବେ ନାହିଁ ଚହଲ ଏବଂ ଧନଶ୍ରୀ ।
ତେବେ ୨୨ରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତାକାଲିଠୁ ଭାରତୀୟ ସ୍ପିନର ୟୁଭି ମ୍ୟାଚରେ ବ୍ୟସ୍ତ ରହିବ। ଫଳରେ ଆଜି ଭିତରେ ହିଁ ଏହି ମାମଲାର ସମାଧାନ ନେଇ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ମାତ୍ର ୫୧ ମାସର ବୈବାହିକ ଜୀବନ ପରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି ଚହଲ ଧନଶ୍ରୀ । ଆଜି ଆନୁଷ୍ଠାନିକ ଭାବେ ସେମାନଙ୍କର ଛାଡପତ୍ର ହୋଇସାରିଛି । କିନ୍ତୁ ପୂର୍ବରୁ ହିଁ ପରସ୍ପର ଠାରୁ ଅଲଗା ରହୁଥିଲେ ଚହଲ ଏବଂ ଧନଶ୍ରୀ । କିଛି ଦିନ ପରସ୍ପରକୁ ଡେଟ୍ କରିବା ପରେ ୨୦୨୦ ଡିସେମ୍ବର ୨୨ରେ ବିବାହ କରିଥିଲେ, ଧନଶ୍ରୀ ଏବଂ ଚହଲ । କିନ୍ତୁ ୨୦୨୨ ବେଳକୁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ପ୍ରଥମେ ପରସ୍ପରକୁ ଇନଷ୍ଟାଗ୍ରାମରୁ ଅନଫଲୋ, ଆଉ ତାପରେ ନିଜ ସରନେମରୁ ଚହଲ ହଟାଇ ଦେଇଥିଲେ ଧନଶ୍ରୀ । ହେଲେ ଏହାର କିଛି ଦିନ ପରେ ସବୁ କିଛି ଠିକ୍ ହୋଇଗଲା ବୋଲି ପୋଷ୍ଟ କରି ଉଭୟ ଜଣାଇଥିଲେ । କିନ୍ତୁ ପୁଣି ଥରେ ଗତ ବର୍ଷ ସେମାନଙ୍କ ମଧ୍ୟରେ କଥା ବିଗିଡିଥିଲା । ସେବେଠୁ ଅଲଗା ରହୁଥିଲେ ଦମ୍ପତି । ଆଉ ତା ପରେ ଉଭୟଙ୍କ ବିବାହ ବିଚ୍ଛେଦ ଖବରର ଶିରୋନାମା ପାଲଟିଥିଲା ।
ଏମିତି ପଡିଥିଲେ ପ୍ରେମରେ..
ଡ୍ୟାନ୍ସର, ଅଭିନେତ୍ରୀ ଏବଂ ଡେଣ୍ଟିଷ୍ଟ ରହିଥିବା ଧନଶ୍ରୀ ବର୍ମା ଏବଂ ଭାରତୀୟ ସ୍ପିନର ୟୁଜଭେନ୍ଦର ଚହଲ ପ୍ରଥମେ ୨୦୨୦ ଲକଡାଉନରେ ପରସ୍ପରକୁ ଭର୍ଚୁଆଲୀ ଭେଟିଥିଲେ । ଏକ ସାକ୍ଷାତକାରରେ ଧନଶ୍ରୀଙ୍କ କହିବାନୁଯାୟୀ, ଚହଲ ଲକଡାଉନ ସମୟରେ ତାଙ୍କ ଅନଲାଇନ୍ ଡ୍ୟାନ୍ସ କ୍ଲାସରେ ନାମ ଲେଖାଇଥିଲେ । ଏହି ସମୟରେ ଚହଲ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ । ପ୍ରାୟ ଅଢ଼େଇ ମାସର ପ୍ରେମ ପରେ, ଚହଲ ଏବଂ ଧନଶ୍ରୀ ନିର୍ବନ୍ଧ କରିଥିଲେ । ଏହାପରେ ୨୨ ଡିସେମ୍ବର ୨୦୨୦ରେ ଉଭୟ ବିବାହ କରିଥିଲେ । ଉଭୟ ଦିଲ୍ଲୀରେ ବିବାହ କରିଥିଲେ। ସେତେବେଳେ ବିବାହର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।