ନୂଆଦିଲ୍ଲୀ: ଛାଡପତ୍ର ଗୁଜବ ମଧ୍ୟରେ ୟୁଜଭେନ୍ଦ୍ର ଚହଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଟିମ୍ ଇଣ୍ଡିଆ ଖେଳାଳି ଚହଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଭାବନା ବାଣ୍ଟିଛନ୍ତି।
ଚହଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯେଉଁମାନେ ଶବ୍ଦଠାରୁ ଅଧିକ ଶୁଣିପାରିବେ ସେମାନଙ୍କ ପାଇଁ ନୀରବତା ହେଉଛି ଗଭୀର ସ୍ୱର।
ଚହଲ ନିକଟରେ ଇନଷ୍ଟାଗ୍ରାମରୁ ଧନଶ୍ରୀଙ୍କ ସହ ତାଙ୍କର ଅଧିକାଂଶ ଫଟୋ ଡିଲିଟ କରିଦେଇଥିଲେ। ଯାହା ପରେ ସେମାନଙ୍କ ଛାଡପତ୍ର ନେଇ ଚର୍ଚ୍ଚା ହୋଇଥିଲା।
ନିକଟରେ ସେ ଏକ ପୋଡକାଷ୍ଟରେ କହିଥିଲେ, ” ହୃଦୟ କାନ୍ଦୁଛି କିନ୍ତୁ ଆଖି କାନ୍ଦିବାକୁ ଦେଉନାହିଁ”।
ଅଧିକ ପଢନ୍ତୁ- ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କଲେ ଚହଲ-ଧନଶ୍ରୀ, ଜୋର ଧରିଲା ଛାଡପତ୍ର ଗୂଜବ
ତେବେ ଛାଡପତ୍ର ପ୍ରସଙ୍ଗରେ ଚହଲ କିମ୍ବା ଧନଶ୍ରୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ୨୦୨୦ ମସିହାରେ ଦୁହେଁ ବିବାହ କରିଥିଲେ।