ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ପେସ ବୋଲରଙ୍କ ମଧ୍ୟରେ ଗଣତି ହେଉଥିବା ଜାହୀର ଖାଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସାଗରିକା ଘାଟଗେ ବୁଧବାର ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ଉଭୟ ପତି, ପତ୍ନୀ ସେମାନଙ୍କ ପୁଅ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେମାନେ ତାଙ୍କ ପୁଅର ନାମ ଫତେସିହ୍ନ ଖାଁ ରଖିଛନ୍ତି । ସୋସିଆଲ ମିଡିଆରେ ସେମାନେ ଫଟୋ ଶେୟାର କରିବା ମାତ୍ରେ ବିଭିନ୍ନ ମହଲରୁ ଅଭିନ୍ଦନନର ସୁଅ ଛୁଟିବାରେ ଲାଗିଛି ।
ଅଭିନେତ୍ରୀ ଅଙ୍ଗଦ ବେଦୀଙ୍କ ସହଯୋଗ ଯୋଗୁ ଜାହୀର ଓ ସାଗରିକା ପରସ୍ପରର ନିକଟତର ହୋଇପାରିଥିଲେ । ଦୀର୍ଘ ଦିନ ଧରି ଭଲ ପାଇବା ପରେ ଉଭୟ ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୬ରେ ଯୁବରାଜ ସିଂ ଓ ହାଜେଲ କୀଚଙ୍କ ବିବାହ ଉତ୍ସବରେ ସେମାନେ ତାଙ୍କ ସମ୍ପର୍କର ଖୁଲାସା କରିଥିଲେ । ଜାହୀର ଓ ସାଗରିକା ଯୋଡିଙ୍କୁ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରିଥାନ୍ତି ।
Comments are closed.