Latest Odisha News

BREAKING NEWS

ଲକ୍ଷ୍ନୌ ଟିମର ମେଂଟର ହେଲେ ଜାହୀର

କୋଲକାତା: ଲକ୍ଷ୍ନୌ ସୁପର ଜ୍ୟାଂଟସ ଭାରତର ପୂର୍ବ ପେସ ବୋଲର ଜାହୀର ଖାଁଙ୍କୁ ମେଗା ନିଲାମ ପୂର୍ବରୁ ମେଂଟର କରିଛି । ୪୫ ବର୍ଷୀୟ ଜାହୀର ଏଥିସହ ୨ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତନ କରିବେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ । ଗୌତମ ଗମ୍ଭୀର ଯିବା ପରେ ଏହି ପଦ ଖାଲି ରହିଥିଲା । ସେ କୋଲକାତା ନାଇଟ ରାଇଡର୍ସ ସହିତ ଜଡିତ ହୋଇଥିଲେ । ୨୦୨୪ରେ କୋଲକତା ଟାଇଟଲ ହାସଲ କରିଥିଲା । ଗମ୍ଭୀର ଏବେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି ।

ଜାହୀର ଖେଳାଳି ଭାବେ ଆଇପିଏଲରେ ମୁମ୍ବାଇ, ବେଙ୍ଗାଲୁର ଓ ଦିଲ୍ଲୀ ପକ୍ଷରୁ ଖେଳିଛନ୍ତି । ସେ ଓଭରାଲ ୧୦୦ ମ୍ୟାଚ ଖେଳି ୧୦୨ ୱିକେଟ ନେଇଛନ୍ତି । ୨୦୧୭ରେ ଦିଲ୍ଲୀ ଅଧିନାୟକ ଥିବା ବେଳେ ସେ ଶେଷ ଥର ଆଇପିଏଲ ଖେଳିଥିଲେ । ଜାହୀର ୧୭ଟି ଆନ୍ତର୍ଜାତୀୟ ଟି୨୦ ଖେଳି ୧୭ ୱିକେଟ ନେଇଛନ୍ତି । ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ପଦାର୍ପଣ କରିଥିଲେ ।

Comments are closed.