Latest Odisha News

BREAKING NEWS

ନିଆରା ପଦକ୍ଷେପ, ମୂଖ୍ୟ ଧାରାକୁ ଫେରିବା ପାଇଁ ଏକେ-୪୭ ବନ୍ଧୁକ ବଦଳରେ ଡାକୁଙ୍କୁ ଦିଆଯିବ ଗାଈ

ଜଫରା: ନାଇଜେରିଆ ସରକାର ଜଫରା ଅଂଚଳର ଡାକୁମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିଆରା ପ୍ରସ୍ତାବ ଦେଇଛନ୍ତି । ଏହା ଅନୁସାରେ ଡାକୁମାନଙ୍କୁ କୁହାଯାଇଛି ତୁମେ ଯଦି ଏକେ-୪୭ ବନ୍ଧୁକ ସହ ଆତ୍ମସମର୍ପଣ କରିବ, ତାହେଲେ ଜୀବିକା ନିର୍ବାହ ପାଇଁ ସରକାରଙ୍କ ପକ୍ଷରୁ ଗାଈ ଦିଆଯିବ । ଏଠାକାର ଡାକୁ ସମ୍ପ୍ରଦାୟ ଗାଈକୁ ଗୁରୁତ୍ୱ ଓ ସମ୍ମାନ ଦିଅନ୍ତି । ଅନେକ ଡାକୁ ଗାଈ ବିକି ବନ୍ଧୁକ କିଣି ଜଙ୍ଗଲରେ ଲୁଚି ରହିଛନ୍ତି । ଅଭାବ ଅନାଟନ ଯୋଗୁ ଅଧିକାଂଶ ଯୁବକ ଏହି ପନ୍ଥା ଆପଣାଉଛନ୍ତି ।

ଫଳସ୍ୱରୂପ ଡାକୁଙ୍କ ଆକ୍ରମଣରେ ୮୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଲେଣି । ସେନା ସହ ମିଶି ସେମାନଙ୍କ ବିରୋଧରେ କଠୋର ପନ୍ଥା ଆପଣାଇବା ପୂର୍ବରୁ ଆମେ ଏହି ପଦକ୍ଷେପ ନେଉଛୁ । ଏହାର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପଡୁଛି । କିଛି ଡାକୁ ଏ ନେଇ ଆମ ସହିତ ଯୋଗାଯୋଗ ଆରମ୍ଭ କଲେଣି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.