Latest Odisha News

BREAKING NEWS

ଟ୍ରମ୍ପ ଦେଲେ ଧୋକା, ଜେଲେନସ୍କିଙ୍କ ପାଇଁ ଭରସା କ୍ରାଉନ ପ୍ରିନ୍ସ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାଉଦି ଆରବର ଜେଦ୍ଦାହରେ ଆମେରିକା ଏବଂ ଋଷୀୟ ଅଧିକାରୀମାନେ ପୁଣି ଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୂର୍ବରୁ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ସାଉଦି ଆରବକୁ ଯାତ୍ରା କରିଛନ୍ତି। ସେଠାରେ ସେ  କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ମଧ୍ଯ ଭେଟିବାର ଯୋଜନା ରଖିଛନ୍ତି।

ତେବେ ଏହା ପୂର୍ବରୁ ସେ ଆମେରିକା ଗସ୍ତ କରିଥିଲେ ଯାହାକି ତାଙ୍କ ସପକ୍ଷରେ ହୋଇପାରିନଥିଲା କାରଣ ସେଠାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କର ଯୁକ୍ତିତର୍କ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ସେ କହିଛନ୍ତି ଯେ ଆମେରିକା ତରଫରୁ ତାଙ୍କୁ କିଛି ସକାରାତ୍ମକ ସୂଚନା  ମିଳିଛି। ତେବେ ମହମ୍ମଦ ବିନ୍ ସଲମାନ ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ-ଋଷ ବିବାଦର ମଧ୍ୟସ୍ଥତା କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ତେବେ ମହମ୍ମଦ ବିନ୍ ସଲମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବନ୍ଧୁ ହୋଇଥିବାବେଳେ ତାଙ୍କର ପୁଟିନଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଛି। ତେବେ ଆଶା କରାଯାଉଛି ଯେ ଏହି ବୈଠକ ଜରିଆରେ  ଜେଲେନସ୍କିଙ୍କୁ ଋଷ ଅଧିକାରୀଙ୍କ ସହ ଆଲୋଚନାରେ ସାମିଲ କରାଯିବ କିମ୍ବା ଆମେରିକା ତରଫରୁ ତାଙ୍କ ପକ୍ଷ ଉପସ୍ଥାପନ କରାଯିବ।

 

Comments are closed.