କୀଭ: ୟୁକ୍ରେନ ରାଷ୍ଟ୍ରପତି ଭୋଲେଡିମିର ଜେଲେଂସ୍କି ପୋଲାଣ୍ଡ ଖସି ପଳାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରି ଜେଲେଂସ୍କି । ସେ କହିଛନ୍ତି ମୁଁ ଗୁପ୍ତ ବଙ୍କରରେ ସୁରକ୍ଷିତ ଅଛି । ରୁଷିଆର କିଲର ଗ୍ରୁପ ମୋତେ ମାରିବା ପାଇଁ ଖୋଜି ବୁଲୁଛନ୍ତି । ସେମାନେ ୩ଥର ଉଦ୍ୟମ କଲେଣି ବୋଲି ସେ କହିଛନ୍ତି । ଆଜି ୟୁରୋପ ଯଦି ରୁଷିଆ ଓ ପୁତିନଙ୍କୁ ନ ଅଟକାଇବ, କାଲି ସେମାନେ ମଧ୍ୟ ସୁରକ୍ଷିତ ରହିବେ ନାହିଁ ସେ ଚେତାଇ ଦେଇଛନ୍ତି ।
ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ୟୁକ୍ରେନରେ ରହି ରୁଷିଆ ବିରୋଧରେ ଲଢ଼ିବି ବୋଲି ସେ କହିଛନ୍ତି । ସୂଚନା ମୁତାବକ ସେ ଯେଉଁ ବଙ୍କରରେ ଅଛନ୍ତି ସେଠାରେ ପରମାଣୁ ଆକ୍ରମଣର ପ୍ରଭାବ ମଧ୍ୟ ପଡିବ ନାହିଁ ।
Comments are closed.