Latest Odisha News

BREAKING NEWS

ଆଖି ବୁଜିଲା ବିଶ୍ଵର ଉଚ୍ଚତମ କୁକୁର ‘ଜିଉସ୍’

ନୂଆଦିଲ୍ଲୀ: ଆଖି ବୁଜିଲା ବିଶ୍ଵର ଉଚ୍ଚତମ କୁକୁର ‘ଜିଉସ୍‌’ । ବିଶ୍ଵର ସବୁଠାରୁ ଉଚ୍ଚତମ କୁକୁର ଭାବରେ ଜିଉସ୍ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା । ଜିଉସ୍ ର ମୃତ୍ୟୁ ଖବର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଦୀର୍ଘ ଦିନ ଧରି ଜିଉସ୍‌ ବୋନ୍‌ କ୍ୟାନସର ପୀଡିତ ଥିଲା । ଦୀର୍ଘ ଦିନରୁ ଏହାର ଚିକିତ୍ସା ଚାଲିଥିଲା, ହେଲେ ଚିକିତ୍ସାଧିନ ଅବସ୍ଥାରେ ଜିଉସ୍‌ ଶେଷରେ ଆଖି ବୁଜିଛି।

ସୂଚନାଯୋଗ୍ୟ ଯେ, ଦୁନିଆର ସବୁଠାରୁ ଲମ୍ବା କୁକୁର ହେଉଛି ଜିଉସ୍ । ଯାହାର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଜିଉସ୍ ର ଲମ୍ବ ୩ ଫୁଟ ୫.୧୮ ଇଞ୍ଚ । ଜିଉସ ଏକ ଗ୍ରେଟଡେନ୍ ପ୍ରଜାତିର କୁକୁର । ତେବେ କୁକୁରଙ୍କ ଏହି ପ୍ରଜାତି ବିଶାଳ ଆକାର ପାଇଁ ଜଣାଶୁଣା ଥିବା ବେଳେ ଜିଉସ୍ ଥିଲା ବିଶ୍ଵର ସବୁଠାରୁ ଲମ୍ବା କୁକୁର ।

Comments are closed.