Latest Odisha News

BREAKING NEWS

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ସୁପର ଏଇଟରେ ଜିମ୍ବାୱେ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଂଟର ସୁପର ଏଇଟରେ ପ୍ରବେଶ କରିବାରେ ଅଷ୍ଟ୍ରେଲିଆ ଟିମ ବିଫଳ ହୋଇଛି । ଏଥିସହ ଏହି ପୂର୍ବତନ ଚାମ୍ପିୟନ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ଓ ଆୟର୍ଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । ଯାହାର ସିଧାସଳଖ ଫାଇଦା ଜିମ୍ବାୱେକୁ ମିଳିଥିଲା । ଦଳ ଏଥିସହ ପ୍ରଥମ ଥର ପାଇଁ ଏହି ମେଗା ଟୁର୍ଣ୍ଣାମେଂଟର ସୁପର ଏଇଟରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୨୩ ରନରେ ହରାଇ ଦେଇଥିଲା । ଏହା ପରେ ଶ୍ରୀଲଙ୍କା ମଧ୍ୟ ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା ।

ବର୍ତମାନ ଜିମ୍ବାୱେ ୩ଟି ମ୍ୟାଚରୁ ୫ ପଂଏଟ ପାଇଛି । ଅଷ୍ଟ୍ରେଲିଆ ୩ଟି ମ୍ୟାଚରୁ ୨ ପଂଏଟ ପାଇଛି । ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କଲେ ମଧ୍ୟ ଏହାର ଫାଇଦା କିଛି ହେବନି । ଅପରପକ୍ଷରେ ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ ଜାରୀ ରଖି କ୍ରମାଗତ ୩ଟି ବିଜୟ ସହ ସହଜରେ ସୁପର ଏଇଟରେ ପ୍ରବେଶ କରିଛି । ସୁପର ଏଇଟରେ ଏବେ କେବଳ ଗୋଟିଏ ଟିମର ଯୋଗ୍ୟତା ହାସଲ ବାକି ରହିଛି । ଭାରତ, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସୁପର ଏଇଟକୁ ଉନ୍ନୀତ ହୋଇ ସାରିଛନ୍ତି ।

Leave A Reply

Your email address will not be published.