Latest Odisha News

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ ସ୍କୋର କଲା ଜିମ୍ବାୱେ

ଦୁବାଇ: ଜିମ୍ବାୱେ କ୍ରିକେଟ ଟିମ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ ବଡ ସ୍କୋର କରିବାର ଗୌରବ ଅର୍ଜନ କରିଛି । ଆଇସିସି ପୁରୁଷ ଟି୨୦ ବିଶ୍ୱକପ ରିଜିଓନାଲ ଆଫ୍ରିକା କ୍ୱାଲିଫାୟର ଗ୍ରୁପ ବିରେ ଗାମ୍ବିଆ ବିପକ୍ଷରେ ଜିମ୍ବାୱେ ୩୪୪ ରନ ସଂଗ୍ରହ କରିଥିଲା । ଅଧିନାୟକ ସିକନ୍ଦର ରାଜା ୪୩ ବଲରେ ୧୩୩ ରନ କରିଥିଲେ । ବ୍ରାୟନ ବେନେଟ ୨୬ ବଲରୁ ୫୦ ଓ ତାଦିୱାନେଶ ମରୁମାନୀ ୧୯ ବଲରୁ ୬୨ ରନ ସଂଗ୍ରହ କରିଥିଲେ । ଜିମ୍ବାୱେ ଏଥିସହ ନେପାଳ ଓ ଭାରତ ସ୍କୋରକୁ ଅତିକ୍ରମ କରିଛି । ସେପ୍ଟମ୍ବରରେ ମଙ୍ଗୋଲିଆ ବିପକ୍ଷରେ ନେପାଳ ୩୧୪ ରନ କରିଥିଲା । ନେପାଳ ପୂର୍ଣ୍ଣ ସଦସ୍ୟ ଟିମ ହୋଇ ନାହିଁ ।

ପୂର୍ଣ୍ଣ ସଦସ୍ୟ ଟିମ ମଧ୍ୟରେ ବାଂଲାଦେଶ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୬ୱିକେଟ ବିନିମୟରେ ୨୯୭ ରନ ସଂଗ୍ରହ କରି କୀର୍ତିମାନ ସ୍ଥାପନ କରିଛି । ତେବେ ଓଭରାଲ ଟି୨୦ ଦଳଗତ ସ୍କୋରରେ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଖସି ଆସିଛି । ଜିମ୍ବାୱେ(୩୪୪) ଓ ନେପାଳ(୩୧୪) ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.