Latest Odisha News

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବବୃହତ ବିଜୟ ହାସଲ କଲା ଜିମ୍ବାୱେ

ହରାରେ: ଚଳିତ ଦିନିକିଆ ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ସୋମବାର ଜିମ୍ବାୱେ କ୍ରିକେଟ ଟିମ ଇତିହାସ ରଚିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୬ ୱିକେଟ ବିନିମୟରେ ୪୦୮ ରନର ବିଶାଳ ସ୍କୋର କରିଥିଲା । ୪୦୯ ରନର ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୦୪ ରନରେ ଅଲଆଉଟ ହୋଇ ଯାଇଥିଲା । ଏଥିସହ ଜିମ୍ବାୱେ ୩୦୪ ରନ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଥିଲା । ଆନ୍ତର୍ଜାତୀୟ ଦିନିକିଆ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ୨୦୨୩ରେ ଭାରତ ୩୧୭ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରି ଏବେ ବି ଏହି ରେକର୍ଡ ନିଜ ନାମରେ ରଖିଛି । ଏହି ତାଲିକାରେ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି ।

ନ୍ୟୁଜିଲାଣ୍ଡ ୨୯୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ଜିମ୍ବାୱେ ଅଧିନାୟକ ସିନ ୱିଲିୟମସନ ୧୦୧ ବଲରେ ୧୭୪ ରନର ଇନିଂସ ଖେଳିଥିଲେ । ସିକନ୍ଦର ରାଜା ଓ ରିଚାର୍ଡ ନାଗରାଭା ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । କ୍ୱାଲିଫାୟରରେ ଜିମ୍ବାୱେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ଏହା ପୂର୍ବରୁ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲା । ୱେଷ୍ଟଇଣ୍ଡିଜ ଦଳ ଏବେ ମୂଖ୍ୟ ଡ୍ରରେ ସାମିଲ ହେବା ନେଇ ଅସୁବିଧାରେ ପଡିଛି ।

Comments are closed.