Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ

ବୁଲାୱେ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଜିମ୍ବାୱେ ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଜିମ୍ବାୱେ ପ୍ରଥମ ଇନିଂସରେ ୫୮୬ ରନ କରି ଇନିଂସ ଘୋଷଣା କରିଛି । ଟେଷ୍ଟ କ୍ରିକେଟରେ ଏହା ଜିମ୍ବାୱେର ସର୍ବାଧିକ ସ୍କୋର । ଏହା ପୂର୍ବରୁ ୨୦୦୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ ୱିକେଟ ବିନିମୟରେ ଦଳ ୫୬୩ ରନ କରିଥିଲା । ଜିମ୍ବାୱେର ୩ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ସିନ ୱିଲିୟମ୍ସ ୧୫୪, କ୍ରେଗ ଇର୍ଭିନ ୧୦୪ ଓ ବ୍ରାଏନ ବେନ୍ନେଟ ୧୧୦ ରନ କରିଥିଲେ । ୨୦୦୧ରେ ଟ୍ରେଭର ଗ୍ରିପର (୧୧୨), ଆଣ୍ଡି ଫ୍ଲାୱାର (୨୦୧) ଓ କ୍ରେଗ ୱିଶର୍ଟ( ୧୧୪) ରନ କରିଥିଲେ ।

ଟେଷ୍ଟ କ୍ରିକେଟରେ ଜିମ୍ବାୱେ ଷଷ୍ଠ ଥର ପାଇଁ ୫୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛି । ଭାରତ, ବାଂଲାଦେଶ ଓ ପାକିସ୍ତାନ ବିପକ୍ଷରେ ଥରେ ଏବଂ ୱେଷ୍ଟଇଣ୍ଡିଜ ବିରୋଧରେ ଦୁଇ ଥର ଏହି ସଫଳତା ହାସଲ କରିଛି । ଜିମ୍ବାୱେର ୫୮୬ ରନର ସ୍କୋର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆଫଗାନିସ୍ତାନ ୨ ୱିକେଟ ବିିନିମୟରେ ୯୫ ରନ ସଂଗ୍ରହ କରିନେଇଛି ।

Leave A Reply

Your email address will not be published.