Latest Odisha News

BREAKING NEWS

ଜୋମାଟୋ ସିଇଓ ନା ଡେଲିଭରି ଏଜେଣ୍ଟ… 

ଗୁରୁଗାଓଁ: ଖାଦ୍ୟ ବିତରଣ ଏଜେଣ୍ଟମାନେ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ଆହ୍ବାନକୁ ଭଲ ଭାବରେ ବୁଝିବା ପାଇଁ ଜୋମାଟୋ ସହ-ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ନିକଟରେ ଏକ ନିଆରା ପ୍ରୟାସ କରିଥିଲେ।

ସେ ତାଙ୍କ ପତ୍ନୀ ଗ୍ରେସିଆ ମୁନୋଜଙ୍କ ସହ ଗୁରୁଗାଓଁରେ ଜୋମାଟୋ ଡେଲିଭରି ଏଜେଣ୍ଟ ଭାବରେ ଗୋଟିଏ ଦିନ ବିତାଇଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ଜୋମାଟୋ ୟୁନିଫର୍ମ ପିନ୍ଧି, ବାଇକରେ ସହରର ବିଭିନ୍ନ ସ୍ଥାନରେ ଫୁଡ୍ ଡେଲିଭରି କରୁଥିବା ଦେଖିବାକୁ ମିଳିଥିଲା।

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ମଧ୍ଯ ସେୟାର କରିଛନ୍ତି। ଯେଉଁଥିରେ ସେ ଏବଂ ତାଙ୍କ ପତ୍ନୀ ଜୋମାଟୋ ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଥିଲା ଏବଂ ବାଇକ୍ ଚଳାଇ ଖାଦ୍ୟ ବିତରଣ କରୁଥିବା ମଧ୍ୟ ନଜର ଆସିଥିଲେ।

ଆଉ ଏକ ଫଟୋରେ ଏହି ଦମ୍ପତି ଫୋନ୍ ଦେଖୁଥିବା ଏବଂ ଖାଦ୍ୟ ବିତରଣ କରୁଥିବା ସମୟରେ ଗ୍ରାହକଙ୍କୁ ଭେଟିଥିବାର ନଜର ଆସିଛନ୍ତି।

 

Comments are closed.