Latest Odisha News

BREAKING NEWS

ଜୋମାଟୋର ନୂତନ ସେବା: ଏବେ ଟ୍ରନରେ ଯାତ୍ରା କରିବା ବେଳେ ମଧ୍ୟ ଆପଣ ଖାଇପାରିବେ ଆପଣଙ୍କ ମନ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ: ଏବେ ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ ମଧ୍ୟ ଜୋମାଟୋରେ ଆପଣଙ୍କର ପ୍ରିୟ ଖାଦ୍ୟ ଅର୍ଡର କରି ଖାଇପାରିବେ । ଏବେ ଖାଦ୍ୟ ସିଧାସଳଖ ଆପଣଙ୍କ ସିଟ ପଖରେ ପହଞ୍ଚିବ । ଆପ ମାଧ୍ୟମରେ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଏହି ସେବା ପାଇଁ ଆଇଆରସିଟିସି ସହିତ ହାତ ମିଶାଇଛି ।

ଦେଶର ଅନେକ ସହରରେ କମ୍ପାନୀର ଏହି ସେବା ଆରମ୍ଭ ହୋଇସାରିଛି । ଜୋମାଟୋର ରିପୋର୍ଟ ଅନୁଯାୟୀ, ଏହାର ଟ୍ରେନ୍ ଖାଦ୍ୟ ବିତରଣ ସେବା ଦେଶର ପ୍ରାୟ ୮୮ ଟି ସହରରେ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ । ଏହି ସେବା ମାଧ୍ୟମରେ କମ୍ପାନୀ ଏପର୍ଯ୍ୟନ୍ତ ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ୧୦ ଲକ୍ଷରୁ ଅଧିକ ଅର୍ଡର ପ୍ରଦାନ କରିଛି। ଏହି ସେବା ଅଧୀନରେ ରେଳ ଯାତ୍ରୀମାନେ ଯାତ୍ରା ସମୟରେ ସେମାନଙ୍କର ପ୍ରିୟ ଖାଦ୍ୟ ଅର୍ଡର କରିପାରିବେ ଯାହା କିଛି ସମୟ ମଧ୍ୟରେ ତାଙ୍କ ସିଟ ପାଖରେ ହିଁ ପହଞ୍ଚିବ ।

ଜୋମାଟୋ ଏହି ସେବାକୁ ‘ଜୋମାଟୋ – ଫୁଡ ଡେଲିଭରି ଇନ ଟ୍ରେନ ‘ ନାମ ଦେଇଛି । କମ୍ପାନୀର କହିବା ଅନୁସାରେ, ଏହାର ଏହି ନୂତନ ସେବା ଟ୍ରେନରେ ଯାତ୍ରା କରୁଥିବା ଗ୍ରାହକ ତଥା ଷ୍ଟେସନରେ ଉପସ୍ଥିତ ଗ୍ରାହକମାନେ ମଧ୍ୟ ପାଇପାରିବେ। ଅର୍ଥାତ୍, ଯଦି ଆପଣ କୌଣସି ଷ୍ଟେସନରେ ଟ୍ରେନ୍ ପାଇଁ ଅପେକ୍ଷା କରିଛନ୍ତି ଏବଂ ସେହି ସମୟରେ ଆପଣଙ୍କୁ ଭୋକ ଲାଗୁଛି ତେବେ ଜୋମାଟୋ ମାଧ୍ୟମରେ ତୁମେ ତୁମର ପ୍ରିୟ ଖାଦ୍ୟ ଅର୍ଡର କରିପାରିବ ।

ଜୋମାଟୋ ସହ-ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏହି ସୂଚନା ଦେଇ କହିଛନ୍ତି ଯେ, ଜୋମାଟୋ ବର୍ତ୍ତମାନ ୧୦୦ ରୁ ଅଧିକ ରେଳ ଷ୍ଟେସନରେ ସିଧାସଳଖ ଆପଣଙ୍କୁ ଖାଦ୍ୟ ଯୋଗାଉଛି | ଆଇଆରସିଟିସି ସହିତ ଆମର ସହଭାଗିତା ପାଇଁ ଧନ୍ୟବାଦ । ଆମେ ଟ୍ରେନରେ ୧୦ ଲକ୍ଷରୁ ଅଧିକ ଅର୍ଡର ବିତରଣ କରିସାରିଛୁ। ଜୋମାଟୋ ଏହାର ବ୍ୟବସାୟକୁ ବିସ୍ତାର କରିବା ପାଇଁ କ୍ରମାଗତ ଭାବରେ ଅଭିନବ ସେବା ପ୍ରଦାନ କରୁଛି । ସମ୍ପ୍ରତି କମ୍ପାନୀ ଅର୍ଡର ସିଡ୍ୟୁଲର ସୁବିଧା ଆରମ୍ଭ କରିଛି ।

Comments are closed.