Latest Odisha News

BREAKING NEWS

‘ନିଟ୍’ ପରୀକ୍ଷାରେ ସମୀର ପାତ୍ର ହେଲେ ଓଡ଼ିଶା ଟପ୍ପର୍

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ‘ନିଟ୍’ ରେଜଲ୍ଟ ପ୍ରକାଶ ପାଇଛି । ଭାରତରେ ରହିଥିବା ସମସ୍ତ ମେଡ଼ିକାଲ ତଥା ଡ଼େଣ୍ଟାଲ୍ କଲେଜରେ ଏମବିବିଏସ / ବିଡ଼ିଏସ୍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଫଳ ଆଜି ପ୍ରକାଶିତ ହୋଇଛି । କଳ୍ପନାକୁମାରୀ ଦେଶରେ ଟପ୍ପର୍ ହୋଇଥିବା ବେଳେ ସମୀର କୁମାର ପାତ୍ର ଓଡ଼ିଶା ଟପ୍ପର୍ ହୋଇଛନ୍ତି ।

ଚଳିତବର୍ଷ ୩୩ ହଜାର ୬୫୮ ଜଣ ଛାତ୍ରଛାତ୍ରୀ ଏହି ‘ନିଟ୍’ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିବା ବେଳେ ୩୨ ହଜାର ୩୦୧ ଜଣ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୯ ହଜାର ୬୦୦ ଜଣଙ୍କୁ ମେଡ଼ିକାଲ୍ ପଢିବାକୁ ମିଳିଛି ର୍ୟାଙ୍କ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ‘ନିଟ୍’ ଟପ୍ପର୍ ସମୀର ପାତ୍ରଙ୍କୁ ତାଙ୍କ ସଫଳତା ଲାଗି ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.