Latest Odisha News

BREAKING NEWS

କାର ପାର୍କିଂ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

 

ଗଜପତି : ପାରଳାଖେମୁଣ୍ଡି ଗୋଲା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏସ୍ ଶ୍ରୀନିବାସ ରାଓ । ମଙ୍ଗଳବାର ସନ୍ଧ୍ୟାରେ ଗୋଲାସାହିରେ ଏକ କାର ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ହଠାତ୍ ଏକ ଗୋଷ୍ଠୀ କାରକୁ ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ଠାରୁ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଶ୍ରୀନିବାସ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.