ଭୁବନେଶ୍ୱର: ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜିନ୍-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ୨୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୫୦ ଜଣ ଗ୍ରାଣ୍ଡ ଫିନାଲେକୁ ଉତ୍ତିର୍ଣ୍ଣ ହୋଇଥିଲେ । ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀମାନେ ନିଜ ନିଜର ପ୍ରତିଭା ଦେଖାଇଥିଲେ । ଗୁଡ୍ଡି ନିଜ ଟ୍ୟାଲେଂଟରେ ଜଜ୍ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ପୂର୍ବରୁ କଳିଙ୍ଗ ଗୌରବ ପକ୍ଷରୁ ଆୟୋଜିତ ମିସେସ୍ କଳିଙ୍ଗ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଗୁଡ୍ଡି ଜଣେ ଆରଜେ ହେବା ସହ ଟେଲିଭିଜନରେ ଉପସ୍ଥାପନା କରିଥାନ୍ତି । ଏଥିସହ ଗୁଡ୍ଡି ବିଭିନ୍ନ ଧାରାବାହିକ ଓ ଆଲବମ୍ରେ ଅଭିନୟ କରିଛନ୍ତି ।
BREAKING NEWS
- ପିଏମ ଇ-ବସ୍ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ
- ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଗିରଫ
- Plane Crash: ଟ୍ରେନିଂ ବେଳେ ଦୁଇ ବିମାନ ପରସ୍ପର ଧକ୍କା, ୪ ପାଇଲଟ ମୃତ
- ଫିଲିପାଇନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା : ୪ ଜଣ ପାଇଲଟଙ୍କ ମୃତ୍ୟୁ
- ଅକ୍ଟୋବର ୨୫ ପାଇଁ କମିଶନରେଟ୍ ପୋଲିସର ରୁଟ୍ ଚାଟ୍
- Netanyahu dials PM Modi: ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ମୋଦୀଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ! ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ସହ ଜଳାଇବେ ମଶାଲ…
- ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଲେ କିରେନ୍ ପୋଲାର୍ଡ
- ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁପି ଓ ଓଡିଶା ଗସ୍ତ
- ବିମାନ ବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ, ୨ ଗିରଫ
- ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ

Comments are closed.