Latest Odisha News

BREAKING NEWS

‘କାଳିଆ, ବଳିଆ ଓ ସୁଭଦ୍ରା ସଦୃଶ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ବିଜେପି ସମ୍ବର୍ଦ୍ଧନା ସଭା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଏହି ସମ୍ବର୍ଦ୍ଧିତ ଉତ୍ସବରେ ଉପସ୍ଥିତ ରହିଛନ୍ତି ।

ଏହାରି ଭିତରେ ସଭାକୁ ସମ୍ବର୍ଦ୍ଧିତ କରି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହିତ କାଳିଆ ବଳିଆ, ସୁଭଦ୍ରା ଭଳି ମୁଖ୍ୟମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଦର୍ଶାଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଛନ୍ତି, ଗୋଟିଏ ରାଷ୍ଟ୍ରୀୟ ଦଳ ହୋଇ ମଧ୍ୟ ଆଞ୍ଚଳିକ ଆବେଗକୁ. ଆଞ୍ଚଳିକ ସମ୍ବେଦନଶୀଳତାକୁ, ଓଡିଆ ଅସ୍ମିତା, ଓଡିଆ ସଂସ୍କୃତିକୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲେ ନରେନ୍ଦ୍ର ମୋଦି । ଏହା ନିହାତି ଭାବରେ ଇତିହାସରେ ଗୋଟିଏ ଗବେଷଣାର ବିଷୟ ହେବ । ଯେପରି କୁରୁସଭାରେ ଦ୍ରୌପଦୀ ବସ୍ତ୍ର ହରଣ ପାଇଁ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପୀ ଶ୍ରୀକୃଷ୍ଣ ତ୍ରାଣକର୍ତ୍ତା ସାଜିଥିଲେ ସେହିପରି ଆଜି ବିଜେପି ଏକ ରାଷ୍ଟ୍ରୀୟ ଦଳ ଓଡିଶାବାସୀଙ୍କୁ ନିବେଦନ କରିଥିଲେ ତାଙ୍କ ସେବା ପାଇଁ ସୁଯୋଗ ଦେବାକୁ  । ଆଉ ଆଜି ଓଡିଶାର ମୁଖ୍ୟ ମୋହନ ମାଝୀ, କନକ ସି ଦେଓ ଓ ପ୍ରଭାତୀ ପରିଡା । ଯାହାଙ୍କର ରଙ୍ଗ ବି ମହାପ୍ରଭୁଙ୍କ ରଙ୍ଗ ସହ ସମାନ । କାଳିଆ, ବଳିଆ, ସୁଭଦ୍ରା ତିନି ଭାଈ-ଭଉଣୀ ଭଳି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସାନ ଭାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଭଉଣୀ ପ୍ରଭାତୀ ପରିଡା ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଓଡିଶା ବାସୀ ଏଥର ବିଜେପିକୁ ବାଛିଥିବାରୁ ଶୁଭେଚ୍ଛା ଜଣାଇବା ସହ ଏହା କେବଳ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ଓଡିଶାରେ ବଡ ବିଜୟର ଶ୍ରେୟ ମହାପ୍ରଭୁ ଓ ଓଡିଶାର ବରପୁତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହା ବିଜେପି ବିଜୟ ନୁହେଁ । ଯାହାଙ୍କ ବଳିଦାନ ପାଇଁ ଆଜିର ଏ ଓଡିଶା ତାଙ୍କୁ ମୁଁ ଏ ବିଜୟ ସମର୍ପଣ କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ଓଡିଆ ଅସ୍ମିତା ଓ ସଂସ୍କୃତିକୁ ନେଇ ଓଡିଆ ବାସୀଙ୍କୁ ସମ୍ବୋଧିତ କରିଛନ୍ତି ଧର୍ମେନ୍ଦ୍ର ।

Leave A Reply

Your email address will not be published.