Latest Odisha News

BREAKING NEWS

Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍‌ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ

ରାଞ୍ଚି: ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟ୍ ଘଟଣାରେ ୨ଲୁଟେରାଙ୍କୁ ବାନ୍ଧିଲା ପୋଲିସ । କେନ୍ଦୁଝର ଜିଲ୍ଲା ବଡ଼ବିଲ କଳିଙ୍ଗ ମୁଖ୍ୟ ରାସ୍ତାରେ ଥିବା ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟ୍ ଘଟଣାରେ ୨ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଲୁଟ୍ ରେ ବ୍ୟବହାର ହୋଇଥିବା ଗାଡ଼ିକୁ ଜବତ କରାଯାଇଛି । ବ୍ୟାଙ୍କ ଲୁଟ କରି ସୀମା ପାର ହୋଇ ଝାଡ଼ଖଣ୍ଡ ପଳାଇଯାଇଥିଲେ ଦୁର୍ବୃତ୍ତ ।

୨ଲୁଟେରା ହେଲେ ଧନବାଦର ଚାସନାଲାର ବାସିନ୍ଦା ୨୭ ବର୍ଷୀୟ ରାଜ କୁମାର ସିଂହ ଓ ନିରସା ବାସିନ୍ଦା ୩୩ ବର୍ଷୀୟ କୁନାଲ ରାଜ ବର୍ମା ।

କେନ୍ଦୁଝରରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ  ଗତ ୧୯ ତାରିଖରେ ଦିନ ଦ୍ଵିପ୍ରହର ସମୟରେ ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ କରିଥିଲେ ଦୁର୍ବୃତ୍ତ ।

ସୂଚନାଥାଉକି, ଓଡ଼ିଶା ପୋଲିସ ଏବଂ ଧନବାଦ ପୋଲିସର ଏକ ମିଳିତ ଟିମ୍‌ ଧନବାଦର ନିରସା ଏବଂ ସିନ୍ଦ୍ରିରେ ଚଢାଉ କରିଥିଲା । ଚଢାଉ ବେଳେ ୨୮୮ ଗ୍ରାମ ସୁନା, ଡକାୟତିରେ ବ୍ୟବହୃତ ଦୁଇଟି ସ୍କୋର୍ପିଓ ଏବଂ ଚାରୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

କେନ୍ଦୁଝର ଏଏସପି ପ୍ରତ୍ୟୁଷ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଲୁଟେରାମାନେ ୫ କୋଟିରୁ ଅଧିକ ମୂଲ୍ୟର ୫ରୁ ୬ କିଲୋ ସୁନା ଲୁଟି ନେଇଥିଲେ । ବ୍ୟାଙ୍କ ଡକାୟତି ସମ୍ପର୍କରେ ବଡ଼ବିଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ବେଳେ ଲୁଟାରେମାନେ ଧନବାଦ ଅଞ୍ଚଳ ଆଡକୁ ଯାଇଥିବା ଜଣାପଡ଼ିଥିଲା । କେନ୍ଦୁଝର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ର ତାଙ୍କ ଟିମ୍‌ ସହିତ ଧନବାଦରେ ପହଞ୍ଚିଥିଲେ ।

Leave A Reply

Your email address will not be published.