Latest Odisha News

BREAKING NEWS

ଜୀଇଁଵାକୁ ଚାହେଁ

ଜୀଇଁଵାକୁ ଚାହେଁ
ଅଭୀପ୍ସା ଜେନା

ସମ୍ଭାବନାର ମନ୍ତ୍ର ସେ
ଜୀଵନର ମୁଗ୍ଧଗୀତ ସେ

ଆଖିରେ ଆଖିଏ
ସ୍ୱପ୍ନ ଭୁଞ୍ଜିଥିବା ଆତ୍ମାଟିଏ

ଆଉ ଆଜି
ତା ଆଖିରେ ଅସୁମାରୀ କ୍ଷତ!

ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା
ମନର କପୋତ ତାର
ହଠାତ୍ କେହି ଛେଦକଲା
ଡେଣା ଦୁଇ ତାର।

ମନେ ତାର
ଅସରନ୍ତି ରକ୍ତଭିଜା କୋହ
ବନ୍ୟାଧାରା ପରି ଝରିଯାଏ
ତା’ ଆଖିରୁ ଲୁହ।

କେହି କ’ଣ ମାପି ପାରିବ
ତା’ ଲୁହର ଦୈର୍ଘ୍ୟ କେତେ?
ଆଉ ପ୍ରସ୍ଥ?

ନିରବ ଯନ୍ତ୍ରଣା ନିରବ ପରିଭାଷା
ତଥାପି ମନରେ ଅସୁମାରୀ ଆଶା

ମୃତ୍ୟୁ ନୁହେଁ ଜୀଇଁଵାକୁ ଚାହେଁ ।

Comments are closed.