ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଉ ଦାବିରେ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ପିଏମ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଅନୁରୋଧ କରିଛି ଏହି ପ୍ରତିନିଧି ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟପାଳଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧୦ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ବଂଟନ କରାଯାଉ । ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ । ଜିଲ୍ଲା ଓ ବ୍ଲକ ସ୍ତରରେ ଘର ଦେଇ ଗରିବ ତଥା ସାଧାରଣ ଜନତାଙ୍କ ଦାୟିତ୍ୱ ନିଅନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବା ଭିତିରେ ଘର ବଂଟନ କରାଯାଉ । ଯଦି ଯୋଗ୍ୟ ଲୋକଙ୍କୁ ଘର ନ ମିଳିବ, ଓଡ଼ିଶାର ଗରୀବ ଜନସାଧାରଣଙ୍କ ବହୁ ଦିନର ପକ୍କା ଘରର ସ୍ୱପ୍ନ ଧୂଳିସାତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି । ହିତାଧିକାରୀ ଚୟନରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଆବଶ୍ୟକୀୟ ତଦାରଖ କରିବେ ଏବଂ ନିରପେକ୍ଷତା ଏବଂ ସ୍ୱଚ୍ଛତା ବଜାୟ ରଖିବେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, ଭବାନୀ ଭୋଇ, ଡା.ବୁଦ୍ଧାନ ମୁର୍ମୁ, ସନାତନ ବିଜୁଳି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
BREAKING NEWS
- ଆଜି ଭିଜିବ ଓଡ଼ିଶାର ଏସବୁ ଜିଲ୍ଲା
- ଗ୍ରେସିଙ୍ଗିଆ ପ୍ରାଇମେରୀ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ; ପାହାଡ଼ିଆ ଅଞ୍ଚଳରେ ଅଧିକ ସୁଦୃଢ଼ ହେବ ବିଦ୍ୟୁତ ନେଟୱର୍କ
- Snatched Gold Chain: ମନ୍ତ୍ରୀଙ୍କୁ ପିନ୍ଧାଉଥିଲେ ମାଳ…କିଏ ନେଇଗଲା ୭ ଲକ୍ଷର ସୁନା ଚେନ୍?
- ୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା, ୮୩୩ କୋଟିରୁ ଊର୍ଦ୍ଧ୍ୱ…
- ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଏନକାଉଣ୍ଟର କଲା ପୋଲିସ୍
- Poor Food Quality: ଏମିତି ଜାଗାରେ ତିଆରି ହେଉଥିଲା ଖାଇବା? ଦେଖିଲେ ବାନ୍ତି ମାଡିବ… ବେଙ୍ଗାଲୁରୁରେ ରେଡ୍ ପରେ କିଚେନ୍ ସିଲ୍!
- Janmashtami: ମଥୁରା-ବୃନ୍ଦାବନରେ ଧୁମଧାମରେ ପାଳନ ଜନ୍ମାଷ୍ଟମୀ…୫୦୦ ଡ୍ରୋନ୍ରେ ଆକାଶରେ ଦେଖାଯିବ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା
- ଶ୍ରୀନଗର ବିମାନବନ୍ଦରରେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ
- Nepal floods: ୯ ଦିନ ପରେ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଉଦ୍ଧାର ୨ ଜଣ! ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୧୨୮୨, ଏବେ ବି ୫ ହଜାର ନିଖୋଜ…
- ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ସହାୟତା ରାଶି, ମିଳିବ ୨ ଲକ୍ଷ

Comments are closed.