Latest Odisha News

BREAKING NEWS

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷିଙ୍କ ଅଫିସରେ ପାଳନ ହୋଇଥଲା ପୋଙ୍ଗଲ !

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଋଷି ତାଙ୍କ ଅଫିସର ଅଧିକାରୀମାନଙ୍କୁ ପୋଙ୍ଗଲ ଭୋଜି ଦେଉଥିବା ଦେଖିବାକୁ ମିଳିଛି । ଅଧିକାରୀମାନେ ଏକତ୍ର ବସି କଦଳୀପତ୍ରରେ ଭାରତର ପାରମ୍ପାରିକ ପର୍ବର ମଜା ଉଠାଉଥିବା ଦେଖିବାକୁ ମିଳିଛି । କେତେକ ଅଧିକାରୀ ଏହାକୁ ହାତରେ ମଧ୍ୟ ଖାଇଥିଲେ । ଭାରତରେ ପୋଙ୍ଗଲକୁ ଧୂମଧାମରେ ପାଳନ କରା ଯାଇଥାଏ । ବିଦେଶରେ ରହି ମଧ୍ୟ ଋଷି ଏହି ପାରମ୍ପାରିକ ରୀତି ନୀତିକୁ ଆପଣାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ତେବେ ଏହି ଭିଡିଓର ସତ୍ୟତାକୁ ଆମେ ପୃଷ୍ଟି କରୁ ନାହିଁ । ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୨୪ରେ ଋଷି ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଋଷିଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ବ୍ରିଟେନର ବେଶ ପସନ୍ଦ କରାଯାଉଛି । ସେ ବିଦେଶରେ ରହୁଥିଲେ ମଧ୍ୟ ଭାରତୀୟ ରୀତିନୀତିକୁ ସର୍ବଦା ପାଳନ କରିଥାନ୍ତି ।

Leave A Reply

Your email address will not be published.