Latest Odisha News

ବାତ୍ୟା ‘ଦାନା’ର ସୃଷ୍ଟି ହେବନି ଆଖି

ଭୁବନେଶ୍ୱର: ବାତ୍ୟାକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ହେଲେ ଏହାର ଭିତରେ ବଡ଼ ଅପଡେଟ ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି ବୋଲି କହିଛନ୍ତି ଡିଜି। ତେବେ ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି କି ଆଗକୁ ମଧ୍ୟ ସୃଷ୍ଟି ହେବ ନାହିଁ। ପୂର୍ବାନୁମାନ ଅନୁସାରେ ହିଁ ବାତ୍ୟାର ତୀବ୍ରତା ରହିବ, ଆଉ ଅଧିକ ବଢ଼ିବନି ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହିତ ୩ ଜିଲ୍ଲା ବାତ୍ୟା ‘ଦାନା’ ପ୍ରଭାବରେ। ଏଇ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ବାତ୍ୟା ପ୍ରଭାବରେ ବେଶୀ ପବନ ବହିବ । ଏହି ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । ତେବେ ଏବେ ବାତ୍ୟା ପାରାଦୀପଠାରୁ ୧୮୦ କିମି ଏବଂ ଧାମରା ଠାରୁ ୨୧୦ କିମି ଦୂରରେ ରହିଛି ବାତ୍ୟା । ଏହି ସମୟରେ ପବନର ବେଗ ୯୫ରୁ ୧୦୫ କିମି ରହିଛି । ଯାହା ଆଗକୁ ବଢିବା ସହିତ ଆଜି ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ବୃଦ୍ଧି ପାଇବ। ଏହି ସମୟରେ ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜରେ ୬୦ ରୁ ୮୦ କିମି ପବନ ବହିବ । ଏହି ସମୟରେ ନଦୀରେ ପ୍ରାୟ ୩ କିମି ଯାଏଁ ଜୁଆର ଉଠିବ।

Leave A Reply

Your email address will not be published.