Latest Odisha News

BREAKING NEWS

ବୃକ୍ଷ ରୋପଣରେ ୧ ନମ୍ବର ଓଡିଶା, ଆହୁରି ଲାଗିବ ୫ କୋଟି ଗଛ

ଭୁବନେଶ୍ବର: ବୃକ୍ଷ ରୋପଣରେ ସାରା ଦେଶରେ ୧ ନମ୍ବର ଓଡିଶା । ଏକ ପେଡ୍ ମା’ କେ ନାମରେ ଲାଗିଛି  ମଧ୍ୟମରେ ଲାଗିଛି ୧ ଲକ୍ଷ ୪୫ ହଜାର ଗଛ । ଏହାକୁ ନେଇ ଗଛ ଲଗାଇବାରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡିଶା । ଏନେଇ ଖୁସି ବ୍ୟକ୍ତ କରି ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ । ଏହା ସହିତ ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛି ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଏବର୍ଷ ଆହୁରି ୫ କୋଟି ଗଛ ଲାଗିବ । ୨.୨୦ କୋଟି ଗଛ ସରକାର ଲଗାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ୨.୮୦ କୋଟି ଗଛ ଲଗାଯିବ । ଜାପାନରେ ଦେଖା ଯାଉଥିବା ଚେରୀ ବ୍ଲସମ୍ ଟ୍ରି ଦାରିଙ୍ଗବାଡ଼ିରେ ଲଗାଯିବ । ସେ ଆହୁରି କହିଛନ୍ତି, ପୂର୍ବରୁ ୧୮ମାସର ଚାରା ଲଗା ଯାଉଥିବା ବେଳେ ଏ ବର୍ଷ  ୩୦ ମାସିଆ ଚାରା ଦିଆଯିବ। ଗଛ ଲଗାଇବା ପରେ ଯେଉଁ ପଲିଥିନ ବାହାରିବ ତାହାର ବି ବ୍ୟବସ୍ଥା କରିବେ ଓଡ଼ିଶା ସରକାର। ସେହିପରି ଜଙ୍ଗଲ ବିଭାଗ କେବଳ ୧୯ ଲକ୍ଷ ତାଳ ଗଛ ଲଗାଇବ । ତାଳ ଗଛ ହାତୀକୁ ଖାଦ୍ୟ ଦେବା ସହିତ ବଜ୍ରପାତରୁ ମଧ୍ୟ ରକ୍ଷା କରିବ। ଜଙ୍ଗଲ ଓ କୃଷି ବିଭାଗ ମିଶି ଏହି କାମ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.