Latest Odisha News

BREAKING NEWS

ବ୍ୟାଙ୍କ ଅଫ୍ ବାରୋଦାର ନୂଆ ଏଫଡି ଯୋଜନା; ଖାତା ବନ୍ଦ ନକରି ଆଂଶିକ ଧନ ଉଠେଇପାରିବେ

ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଏକ ସ୍ୱତନ୍ତ୍ର ଏଫଡି ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ନାମ ହେଉଛି ବବ୍ ଲିକ୍ୱିଡ୍ ଏଫଡି । ଏହା ଗ୍ରାହକମାନଙ୍କୁ ପୂରା ଏଫଡି ବନ୍ଦ ନକରି ଆଂଶିକ ଟଙ୍କା ଉଠେଇବାର ଅନୁମତି ଦିଏ, ଯାହା ନିଶ୍ଚିତ କରେ ଯେ, ଗ୍ରାହକ ତୁରନ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ କୌଣସି ପ୍ରତିବନ୍ଧକ ସାମ୍ନା କରିବେ ନାହିଁ ।

ବବ୍ ଲିକ୍ୱିଡ୍ ଏଫଡି ବ୍ୟାଙ୍କର ଡିଜିଟାଲ୍ ଚ୍ୟାନେଲ୍ ଯେପରିକି ବବ୍ ୱାର୍ଲ୍ଡ ଆପ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏବଂ ଯେକୌଣସି ଶାଖାକୁ ଯାଇ ସହଜରେ ଖୋଲାଯାଇପାରିବ । ଖବର ଅନୁଯାୟୀ,ଅଠର ବର୍ଷରୁ କମ୍ ବୟସ ପିଲା , ହିନ୍ଦୁ ଅବିଭାଜିତ ପରିବାର (HUF), ଏକକ ମାଲିକାନା ଏବଂ ସହଭାଗୀତା ସଂସ୍ଥା, ସରକାରୀ / ବେସରକାରୀ ସୀମିତ କମ୍ପାନୀ, ଆସୋସିଏସନ୍, କ୍ଲବ୍, ଟ୍ରଷ୍ଟ ଏବଂ ପଞ୍ଜୀକୃତ ସୋସାଇଟି , ଏକକ କିମ୍ବା ମିଳିତ ନାମିତ ବ୍ୟକ୍ତି ଏବଂ ଏହି ସ୍ଥିର ଜମା (FD) ପାଇଁ ଯୋଗ୍ୟ ଅଟନ୍ତି । ଏହି ଯୋଜନା NRI (NREs ଏବଂ NROs) ପାଇଁ ଉପଲବ୍ଧ ନୁହେଁ ।

ବ୍ୟାଙ୍କ ଅଫ୍ ବରୋଦାର ବବ୍ ଲିକ୍ୱିଡ୍ ଏଫଡିହେଉଛି ବହୁମୁଖୀ ଏଫଡି ଅଟେ । ଏହା ବିଶେଷ ଭାବରେ ବ୍ୟକ୍ତିବିଶେଷଙ୍କ ପାଇଁ ଉପଯୁକ୍ତ, ଯେଉଁମାନେ ଅଧିକ ରିଟର୍ଣ୍ଣ ପାଇଁ ଅଧିକ ସମୟ ପାଇଁ ସେମାନଙ୍କ ପାଣ୍ଠି ଲକ୍ କରିବାକୁ ଚାହାଁନ୍ତି,ଏଥିସହ ଦୀର୍ଘକାଳୀନ ଲକ୍ଷ୍ୟ ପାଇଁ ଆପଣ ସଞ୍ଚୟକୁ ସନ୍ତୁଳିତ କରିବାକୁ ଏବଂ ଅପ୍ରତ୍ୟାଶିତ ଖର୍ଚ୍ଚର ସମାଧାନ ପାଇଁ ନମନୀୟତା ବଜାୟ ରଖିବାକୁ ଚାହୁଁଛନ୍ତି । ପ୍ରଚଳିତ ଆୟକର ନିୟମ ଅନୁଯାୟୀ ଟିଡିଏସରେ ଟିକସ ରିହାତି ମିଳେ ।

ବବ୍ ଲିକ୍ୱିଡ୍ ଏଫଡିରେ ଅତି କମରେ ୫୦୦୦ଟଙ୍କା ଜମା କରିପାରିବ । ଏଥିରେ ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁ | ଏଥିରେ ନିବେଶ ଅବଧି ସର୍ବନିମ୍ନ ୧ବର୍ଷ ଏବଂ ସର୍ବାଧିକ ୫ବର୍ଷ ଅଟେ । ଏହି ଯୋଜନାରେ ସମୟ ସମୟରେ ବ୍ୟାଙ୍କ ଦ୍ୱାରା ସ୍ଥିର ହୋଇଥିବା ସ୍ଥିର ଜମା ଉପରେ ସୁଧ ହାର ପ୍ରଯୁଜ୍ୟ ହେବ । ବର୍ତ୍ତମାନ ତିନି କୋଟିରୁ କମ୍ ପରିମାଣର ସ୍ଥିର ଜମାକୁ ଖୁଚୁରା ଜମା ଭାବେ ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବେଚନା କରାଯିବ ।

ଏହି ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ନିକଟସ୍ଥ ବ୍ୟାଙ୍କ ଅଫ୍ ବରୋଦା ଶାଖାକୁ ଯାଇ ସୂଚନା ପାଇ ପାରିବେ ।

 

Leave A Reply

Your email address will not be published.