ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡିବ ସ୍ଵତନ୍ତ୍ର ବସ୍।ସିଧା ଓଡ଼ିଶାରୁ ଅଯୋଧ୍ୟା ସଂଯୋଗ କରିବ। ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାର ପ୍ରମୁଖ ସହରରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଏଥିପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ କରିବେ ଓଡ଼ିଶା ସରକାର । ଯାହା ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଯାଏ ଏହି ସେବା ଚାଲୁ ରହିବ।
ତେବେ ଏହି ବସ୍ ସେବାଗୁଡ଼ିକ ଆସନ୍ତା ୧୩ ତାରିଖରୁ ୪ଟି ମୁଖ୍ୟ ମାର୍ଗ ଦେଇ ଯାତାୟାତ କରିବା। ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଟଣାରୁ ଅଯୋଧ୍ୟା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଦେଇ ଚଳାଚଳ କରିବ ଏହି ସ୍ବତନ୍ତ୍ର ବସ୍। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ଚାଲିବା ।
ତେବେ ଯାତ୍ରୀଙ୍କ ସୁବିଧା ଦେଖି ଏହି ସ୍ୱତନ୍ତ୍ର ବସରେ ସ୍ଵତନ୍ତ୍ର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥିତ କରାଯାଇଛି। ଏହି ସ୍ଵତନ୍ତ୍ର ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି । ଏଥିସହିତ ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା ମଧ୍ୟ ରହିବ ।
ଓଏସଆରସିଟି ଦ୍ବାରା ପରିଚାଳିତ ଏହି ପ୍ରିମିୟମ ବସ ସେବା ଯାତ୍ରୀଙ୍କୁ ସୁଗମ ଯାତ୍ରାର ଅନୁଭୂତି ଦେବ । ଆସନ୍ତା ଜାନୁଆରୀ ୧୩ ସୁଦ୍ଧା ଓଡ଼ିଶାରୁ ନେଇ ଆହ୍ଲାବାଦ ଠାରେ ଅନୁଷ୍ଠିତ ହୋଇଥିବା ମହାକୁଂଭ ମେଳାରେ ଯାତ୍ରୀଙ୍କୁ ପହଞ୍ଚାଇବ। ଏଥିପାଇଁ ଇଚ୍ଛୁକ ଥିବା ଯାତ୍ରୀମାନେ ଓଏସଆରସିଟି ୱେବସାଇଟ କିମ୍ବା ମୋବାଇଲ ଆପ ଦ୍ଵାରା ନିଜର ବୁକିଙ୍ଗ କରିପାରିବେ। ଆଉ ନିଜର ବସ ବିଷୟରେ ସମସ୍ତ ତଥ୍ୟ ଜଣାଇବା ପାଇଁ ରାଜ୍ୟସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଟୋଲଫ୍ରୀ ନମ୍ୱର 1800-345-1122 କିମ୍ବା ହ୍ୱାଟସଆପ୍ ନମ୍ୱର୍ 78490052205ରେ ଯୋଗାଯୋଗ କରିପାରିବେ। ଏହାଦ୍ବାରା ସମସ୍ତ ତୀର୍ଥଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ମତ ରଖିଛନ୍ତି କର୍ତ୍ତୃପକ୍ଷ।