ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ଅଧ୍ୟକ୍ଷଙ୍କ ପତ୍ନୀ ରୀନା ଶବର ସାହାରା ପରିବାର ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତାଙ୍କ ସ୍ୱାମୀ ରବି ଶଙ୍କର ଗମାଙ୍ଗ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କର କୌଣସି ଦାୟିତ୍ୱ ନିଅନ୍ତି ନାହିଁ । ଏମିତି କି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ସାହାରା ପରିବାର ପରାମର୍ଶ କେନ୍ଦ୍ରରେ କେଶ ନମ୍ବର ୩୩/୨୩ରେ ଏକ ମାମଲା ରୁଜୁ କରାଯାଇଛି । ଆସନ୍ତା ୨୩ ତାରିଖରେ ସାହାରା କେନ୍ଦ୍ରରେ ଉପସ୍ଥିତ ହେବାକୁ କେନ୍ଦ୍ର ତରଫରୁ ଏକ ସମନ ଜାରି କରାଯାଇଛି । ଖୁବଶୀଘ୍ର ଏହି ପାରିବାରିକ ସମସ୍ୟାର ସମାଧାନ କରାଯିବ । ଯଦି ଉଭୟ ପକ୍ଷ ରାଜି ନ ହୁଅନ୍ତି ତେବେ ଏହି ମାମଲା ଗୁଣୁପୁର ଏସଡିପିଓଙ୍କୁ ହସ୍ତାନ୍ତର କରାଯିବ ବୋଲି ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି । ଅନ୍ୟପଟେ ପଞ୍ଚାୟତ ଅଧ୍ୟକ୍ଷ ରବି ଗମାଙ୍ଗଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.