Latest Odisha News

BREAKING NEWS

ଗୁପ୍ତ ସ୍ଥାନରେ ଭେଟ ହେଲେ ଆମେରିକା-ୟୁକ୍ରେନ ସେନାଧିକାରୀ, କିଛି ବଡ ହେବ କି ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ବିଭିନ୍ନ ପ୍ରକାରର ଚାପ ଏବଂ ପ୍ରତିବନ୍ଧ ସତ୍ୱେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ଆମେରିକାର ଶୀର୍ଷ ଜେନେରାଲ ମାର୍କ ମିଲେ ୟୁକ୍ରେନର ସମକକ୍ଷଙ୍କ ସହ ଏକ ଗୁପ୍ତ ବୈଠକ କରିଥିବା ଜଣାପଡିଛି । ୟୁକ୍ରେନ-ପୋଲାଣ୍ଡ ସୀମା ନିକଟରେ ସେମାନେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ୟୁରୋପୀୟ ଦେଶଗୁଡିକ ୟୁକ୍ରେନକୁ ସୈନ୍ୟ ସହଯୋଗ ବଢ଼ାଇବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଇତି ମଧ୍ୟରେ ସୋଲେଦାରକୁ ରୁଷ କବଜା କରିଥିବା ଦାବୀ କରିଛି । ତେବେ ଏହାକୁ ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି ।

ସୋଲେଦାରରେ ଏବେ ଆମ ସେନା କଡା ମୁକାବିଲା କରୁଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି କହିଛନ୍ତି । ଯୁଦ୍ଧରେ ୟୁରୋପୀୟ ଶକ୍ତି ଉପରେ ୟୁକ୍ରେନ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ଅପରପକ୍ଷରେ ରୁଷ ଏହି ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ପାଇଁ ଏହାକୁ ତୀବ୍ର କରିବାରେ ଲାଗିଛି ।

Leave A Reply

Your email address will not be published.