Latest Odisha News

BREAKING NEWS

ରଣବୀର ଅବହେଳିତ ପିଲାଙ୍କୁ ଦେଖାଇବେ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମଟି ହାଇବଜେଟ୍‌ରେ ନିର୍ମିତ ହୋଇଛି । ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏହି ଫିଲ୍ମକୁ ଅବହେଳିତ ପିଲାଙ୍କୁ ଦେଖାଇବା ପାଇଁ ଅଭିନେତା ରଣବୀର କପୁର ୧୦ହଜାର ଟିକେଟ୍ କିଣବେ ବୋଲି ଜଣାଯାଇଛି ।

ନିକଟରେ ଆଦିପୁରୁଷର ନିର୍ମାତା ଘୋଷଣା କରିଥିଲେ ଯେ, ପ୍ରତି ଥିଏଟରରେ ହନୁମାନ ଜୀଙ୍କ ପାଇଁ ଗୋଟିଏ ସିଟ୍ ଖାଲି ରହିବ । ଏହି ଖବର ପାଇବା ପରେ ସୋସିଆଲ ମିଡିଆରେ ନିର୍ମାତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । ସେହିପରି ‘ ଦି କଶ୍ମୀର ଫାଇଲ୍ସ’ର ନିର୍ମାତା ଅଭିଷେକ ଅଗ୍ରୱାଲ ଅବହେଳିତ ପିଲାମାନଙ୍କୁ ‘ଆଦିପୁରୁଷ’ର ୧୦,୦୦୦ଟିକେଟ୍ ବଣ୍ଟନ କରିବେ ବୋଲି ସ୍ପଷ୍ଟ କରଥିଲେ ।

Leave A Reply

Your email address will not be published.