Latest Odisha News

ତୃତୀୟ ଥର ପାଇଁ ଫ୍ରେଂଚ ଓପନ ଟାଇଟଲ ହାସଲ କଲେ ଇଗା ସ୍ୱିଟେକ

ପ୍ୟାରିସ: ପୋଲାଣ୍ଡର ଇଗା ସ୍ୱିଟେକା କ୍ୟାରିୟରରେ ତୃତୀୟ ଥର ପାଇଁ ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲରେ ଇଗା ଚେକ ରିପବ୍ଲିକର ୪୩ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ମୁଚୋଭାଙ୍କୁ ୬-୨, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ । ୨୨ ବର୍ଷୀୟା ଇଗା ଏଥିସହ ଫ୍ରେଂଚ ଓପନ ଟାଇଟଲ ଟ୍ରଫି ଓ ୨୦ କୋଟି ଟଙ୍କା ପୁରସ୍କାର ରାଶି ହାତେଇ ନେଇଛନ୍ତି । ୪ ବର୍ଷ ମଧ୍ୟରେ ଇଗା ୩ଟି ଟାଇଟଲ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ପ୍ରଥମ ସେଟକୁ ସହଜରେ ଜିତି ନେଇଥିଲେ ମଧ୍ୟ ଦ୍ୱିତୀୟ ସେଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଚମତ୍କାaର ପ୍ରତ୍ୟାବର୍ତନ କରି ମ୍ୟାଚରେ ରୋମାଂଚ ଭରିଥିଲେ ।

ନିର୍ଣ୍ଣାୟକ ସେଟରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଇଗା ବାଜି ମାରିଥିଲେ । ଏଥିସହ ସେ ତାଙ୍କ ଏକ ନମ୍ବର ସ୍ଥାନ ପୂର୍ବଭଳି ବଜାୟ ରଖିଛନ୍ତି । ଏହା ତାଙ୍କ କ୍ୟାରିୟରର ଓଭରାଲ ୪ର୍ଥ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ।

Leave A Reply

Your email address will not be published.