Latest Odisha News

BREAKING NEWS

ସାଂସଦରୁ ବିଧାୟକ, ବିଧାୟକରୁ ସରପଞ୍ଚ ହେବା ମୋର ଶେଷ ଇଚ୍ଛା: ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଁ ବିଧାୟକ ଅଛି କିନ୍ତୁ ଥରୁଟେ ସରପଞ୍ଚ ହୋଇ ସେ ଅନୁଭୂତି ନେବାକୁ ଚାହୁଁଛି । ବିଧାନସଭାର ପ୍ରଥମ ଦିନରେ କିଛି ଏପରି ପ୍ରତିକ୍ରିୟା ଦେଇଛନ୍ତି ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର।

ସରପଞ୍ଚ ହେବା ମୋର ଶେଷ ଇଚ୍ଛା । ସାଂସଦ ଭାବେ ଅନୁଭୂତି ଥିଲା, ଏବେ ବିଧାୟକ ହେଲି । ଏବେ କେବଳ ଗୋଟିଏ ମାତ୍ର ଶେଷ ଇଚ୍ଛା ଅଛି, ଥରେ ସରପଞ୍ଚ ହେବି । ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଁ ବି ଥରେ ସରପଞ୍ଚ ହୋଇ ସେଇ ଅନୁଭୂତି ସାଉଁଟିବାକୁ ଚାହୁଁଛି ବୋଲି କହିଛନ୍ତି ସିଦ୍ଧାନ୍ତ।

ସୂଚନାଯୋଗ୍ୟ ଯେ, ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ୨୦୨୪ ବିଧାନସଭା ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ସାଇକେଲରେ ବିଧାନସଭା ଆସି ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର। କେବଳ ଏତିକି ନୁହେଁ, ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି।

Leave A Reply

Your email address will not be published.