ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆଉ ସ୍ତ୍ରୀର ଜୀବନ ନେଇସାରିବା ପରେ ନିଜ ଜୀବନ ମଧ୍ୟ ସେ ନେଇଛି । ସ୍ୱାମୀ ଏହିକାଣ୍ଡ କରିବା ଆଗରୁ ଏକ ଭିଡିଓ କରି ସମସ୍ତ କାହାଣୀ କହିଛି । ସ୍ୱାମୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କେରେଡାଙ୍ଗ ଗାଁର ନରେନ୍ଦ୍ରଙ୍କୁ ମୋନିକା ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ପାରିବାରିକ ଜୀବନ ବେସ ଭଲରେ ଚାଲିଥିଲା । ହେଲେ କିଛିଦିନ ପରେ ନରେନ୍ଦ୍ର ମୋନିକାଙ୍କ ଉପରେ ସନ୍ଦେହ କରିଥିଲେ । ମୋନିକାଙ୍କ ପରକୀୟା ପ୍ରୀତି ସନ୍ଦେହ କରି ଅନେକଥର ଝଗଡା ମଧ୍ୟ କରିଛନ୍ତି । ଉଭୟଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହେବାରୁ ନରେନ୍ଦ୍ର ତାଙ୍କ ସ୍ତ୍ରୀ ମୋନିକାଙ୍କୁ ହତ୍ୟା କରିଥିଲେ । ଏହାପରେ ଦୁଃଖ ସମ୍ଭାଳି ନପାରି ନିଜ ଜୀବନ ମଧ୍ୟ ହାରି ଦେଇଥିଲେ । ମୋନିକାଙ୍କୁ ହତ୍ୟା ପରେ ସେ ଏକ ଭିଡିଓ ଜାରି କରି ସମସ୍ତ କଥା କହିଛନ୍ତି । ମୃତ୍ୟୁ ଆଗରୁ କାହିଁକି ସେ ଏପରି କାଣ୍ଡ ଭିଆଇଲେ ସେ ବାବଦରେ କହିଛନ୍ତି । ଏହି ଘଟଣା ପରେ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପରକୀୟା ପ୍ରୀତି ପାଇଁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
BREAKING NEWS
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
Comments are closed.