Latest Odisha News

BREAKING NEWS

୨୪ ଘଣ୍ଟାରେ କେତେ ଥର ପରିସ୍ରା କରିବା ଉଚିତ୍ ? ଜାଣି ରଖନ୍ତୁ ନହେଲେ ହେଲେ ହୋଇପାରେ ବଡ଼ ରୋଗର ସଙ୍କେତ

ନୂଆଦିଲ୍ଲୀ: ବ୍ୟକ୍ତି ଦିନସାରା କେତେ ଥର ପରିସ୍ରା କରନ୍ତି ଏହା ଅନେକ କଥା ଉପରେ ନିର୍ଭର କରିଥାଏ, ଯେମିତି ମୂତ୍ରାଶୟର ଧାରଣ କ୍ଷମତା କେତେ, ଦିନସାରା କ’ଣ ଏବଂ କେତେ ପାଣି ପିଇଛନ୍ତି ଏବଂ ବ୍ୟକ୍ତିଙ୍କ ବୟସ କେତେ। ଏହାକୁ ଦେଖି ପରିସ୍ରା କରିବାର ସଂଖ୍ୟା ସାଧାରଣତଃ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ଅନ୍ୟପକ୍ଷରେ, ଯଦି ପରିସ୍ରା କରିବାର ସଂଖ୍ୟା ଆବଶ୍ୟକତାରୁ ଅଧିକ କମ୍ କିମ୍ବା ଅଧିକ ହୋଇଯାଏ ତେବେ ଏଥିରେ ମଧ୍ୟ ସମସ୍ୟା ରହିଛି। ଏହାରି ଭିତରେ ଆସନ୍ତୁ ଜାଣିବା ୨୪ ଘଣ୍ଟାରେ ସାଧାରଣତଃ କେତେ ଥର ଯାଏ ପରିସ୍ରା କରିବାକୁ ସ୍ୱାଭାବିକ ବୋଲି କୁହାଯାଏ।

ସାଧାରଣତଃ ଗୋଟିଏ ଦିନ ଅର୍ଥାତ୍ ୨୪ ଘଣ୍ଟାରେ ବ୍ୟକ୍ତିଙ୍କ ୪ରୁ ୧୦ ଥର ପରିସ୍ରା କରିବାକୁ ସ୍ୱାଭାବିକ ବୋଲି କୁହାଯାଏ। ଏହା ପାଣି ପିଇବାର ପରିମାଣ ଏବଂ ପାଣି ବ୍ୟତୀତ କେଉଁ ପାନୀୟ ପିଇଛନ୍ତି ତାହା ଉପରେ ନିର୍ଭର କରିଥାଏ। ଏହା ବ୍ୟତୀତ ବ୍ୟକ୍ତିଙ୍କ ବହୁତ କମ୍ କିମ୍ବା ଆବଶ୍ୟକତାରୁ ଅଧିକ ପରିସ୍ରା କରିବା କୌଣସି ସମସ୍ୟାର ଲକ୍ଷଣ ହୋଇପାରେ।

ଦିନସାରା ଯଦି ୪ ଥରରୁ ମଧ୍ୟ କମ୍ ପରିସ୍ରା ହେଉଛି କିମ୍ବା ୪୦୦ ମିଲିଲିଟରରୁ କମ୍ ପରିସ୍ରା ହେଉଛି ତେବେ ତାହାକୁ ଓଲିଗ୍ୟୁରିଆ କୁହାଯାଏ। କମ୍ ପରିସ୍ରା କରିବା କେତେକ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟାର କାରଣ ହୋଇପାରେ –

ଡିହାଇଡ୍ରେସନ୍ – କମ୍ ପରିସ୍ରା କରିବା ଜଳୀୟଅଂଶ କମିଯିବା ଅର୍ଥାତ୍ ଡିହାଇଡ୍ରେସନ୍ର ସଙ୍କେତ ହୋଇଥାଏ। ଦିନସାରା ଯଥେଷ୍ଟ ପାଣି ନ ପିଇଲେ ଡିହାଇଡ୍ରେସନ୍ ହୋଇଥାଏ।

କିଡନିର ସମସ୍ୟା – କିଡନି (Kidney) ଠିକ୍ ଭାବେ କାମ ନ କରିପାରିଲେ ପରିସ୍ରା ସମ୍ପର୍କୀୟ ସମସ୍ୟା ହୋଇପାରେ। ଏହା କିଡନିର ପଥରର ମଧ୍ୟ ସଙ୍କେତ ହୋଇପାରେ।

ମୂତ୍ର ମାର୍ଗରେ ବାଧା – ମୂତ୍ରାଶୟ କିମ୍ବା ମୂତ୍ରମାର୍ଗରେ କୌଣସି ପ୍ରକାର ବାଧା ଥିଲେ ମଧ୍ୟ ପରିସ୍ରା କମ୍ ଆସିଥାଏ।

ବଢ଼ିଯାଇଥିବା ପ୍ରୋଷ୍ଟେଟ୍ – ପୁରୁଷମାନଙ୍କରେ ବଢ଼ିଯାଇଥିବା ପ୍ରୋଷ୍ଟେଟ୍ ଯୋଗୁ ପରିସ୍ରାରେ ବାଧା ହୋଇଥାଏ ଯାହା ଦ୍ୱାରା ପରିସ୍ରା କମ୍ ଆସିଥାଏ। ଅନେକ ଥର ଏହି ସମସ୍ୟାରେ ପରିସ୍ରା ବୁନ୍ଦା ବୁନ୍ଦା ହୋଇ ଆସିଥାଏ।
ମୂତ୍ର ସଂକ୍ରମଣ – ମୂତ୍ରନଳୀ ସଂକ୍ରମଣରେ ମଧ୍ୟ ପରିସ୍ରା ସମ୍ପର୍କୀୟ ସମସ୍ୟା ହୋଇଥାଏ, ପରିସ୍ରା କମ୍ କିମ୍ବା ଅଧିକ ଆସିପାରେ।

ଔଷଧର ପାର୍ଶ୍ୱ ପ୍ରଭାବ – ଔଷଧର ସାଇଡ୍ ଇଫେକ୍ଟରୁ ମଧ୍ୟ ପରିସ୍ରା କମ୍ ଆସିପାରେ।

୧୦ ଥରରୁ ଅଧିକ କିମ୍ବା ଆବଶ୍ୟକତାରୁ ଅଧିକ ପରିସ୍ରା ଆସିବା ଅନେକ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟାର କାରଣରୁ ହୋଇପାରେ। ଅଧିକ ପରିସ୍ରା ଆସିବାର ଏହି କାରଣଗୁଡ଼ିକ ହୋଇପାରେ –
ତରଳ ପଦାର୍ଥ ଅଧିକ ସେବନ – ଯଦି ବ୍ୟକ୍ତି ଦିନସାରା ତରଳ ପଦାର୍ଥର ସେବନ କରିଚାଲିଥାଏ ତେବେ ତାଙ୍କୁ ବାରମ୍ବାର ପରିସ୍ରା ଆସିପାରେ।

Leave A Reply

Your email address will not be published.