Latest Odisha News

BREAKING NEWS

ପୋଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା, ପୁଣି ୨ ଦିନିଆ ରିମାଣ୍ଡରେ ଗଲା ବୈକୁଣ୍ଠ

ଭୁବନେଶ୍ବର : ପୋଲିସ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲାରେ ତନାଘନା । ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ । ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇର ଗୁମର ଖୋଲିବ ଇଓଡବ୍ଲ୍ୟୁ । ବୈକୁଣ୍ଠକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲ୍ୟୁ । ହେଲେ ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ରିମାଣ୍ଡରେ ମାରାଥନ ପଚରାଉଚରା କରିବ ଇଓଡବ୍ଲ୍ୟୁ ।

ପ୍ରଥମ ପର୍ଯ୍ୟାୟରେ ବୈକୁଣ୍ଠକୁ ଦୁଇ ଦିନ ରିମାଣ୍ଡରେ ନେଇଥିଲା ଇଓଡବ୍ଲ୍ୟୁ । ବୈକୁଣ୍ଠ, ସମ୍ପର୍କୀୟଙ୍କ ନାଁରେ ଖୋଲିଥିଲା ଏକାଧିକ ଆକାଉଣ୍ଟ । ସେ ନିଜେ ଏଏସଓ ପରୀକ୍ଷା ଦେଇଥିଲା, ହେଲେ କୃତକାର୍ଯ୍ୟ ହେଇନଥିଲା । ତେବେ ଗୃହ ବିଭାଗରେ ଥିବା ଅନ୍ୟ ଜଣେ ବ୍ୟକ୍ତି ବୈକୁଣ୍ଠନାଥଙ୍କ ପରିଚୟପତ୍ରକୁ ଜାଲ କରିଥିଲା ଠକ ବୈକୁଣ୍ଠ । ନିଜ ସମ୍ପର୍କୀୟଙ୍କ ଅଜାଣତରେ ଖୋଲିଥିଲା ଏକାଧିକ ଆକାଉଣ୍ଟ । ବୈକୁଣ୍ଠ ଅଶାୟୀଙ୍କଠାରୁ ଟଙ୍କା ନେଇ ଚାକିରି ଦେବାକୁ ଚୁକ୍ତି କରିଥିଲା । ହେଲେ ଶେଷରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ଧରାପଡିବା ପରେ ଖୋଲି ବୈକୁଣ୍ଠର ବେଇମାନ କାରନାମା । ଏହି ଠକେଇରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାର ଚାଲିଛି ଖୋଳତାଡ ।

Leave A Reply

Your email address will not be published.