Latest Odisha News

ତାଇଓ୍ବାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଧମକ, କହିଲା ନିଆଁ ସହ ଖେଳ ନାହିଁ

ବେଜିଂ : ସକାଳେ ପ୍ରଶଂସାରେ ପୋତି ପକାଇଲେ, ଆଉ ଅପରାହ୍ନରେ ଧମକ । ବିଶ୍ବର ଦୁଇ ସୁପରପାଓ୍ବାର ଆମେରିକା ଓ ଚୀନ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଏକ ଭିନ୍ନଗତି ଦେଖିବାକୁ ମିଳିଛି । ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ଧମକ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଆମେରିକାକୁ ଦମକ ଦେଇ ଚୀନ କହିଛି, ନିଆଁ ସହ ଖେଳ ନାହିଁ । ନିଆଁ ସହ ଖେଳିଲେ ନିଜେ ଜଳିଯିବ ବୋଲି କହିଛନ୍ତି ଜିନପିଙ୍ଗ ।

ତାଇଓ୍ବାନ ଉପରେ ଚୀନ ଆକ୍ରମଣ କଲେ ତାଇଓ୍ବାନ ସପକ୍ଷରେ ଆମେରିକା ରହିବ ବୋଲି ଗତ ମାସରେ ବିଡେନ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ମାନବାଧିକାର ଓ ନିରାପତ୍ତା ପ୍ରସଙ୍ଗ ନେଇ ଦୁଇ ନେତା ଆଲୋଚନା କରିଛନ୍ତି । ତାଇଓ୍ବାନ, ବାଣିଜ୍ୟ ଓ ମାନବାଧିକାର ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଏହି ବୈଠକର ଗୁରୁତ୍ବ ବୃଦ୍ଧି ପାଇଛି । ବୈଠକକୁ ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି, ଏହି ବୈଠକ ଗଠନମୂଳକ ରହିଛି । ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତା ଓ ଏକତ୍ର ବିଭିନ୍ନ ପ୍ରସଙ୍ଗରେ ଆଗେଇବା ଲାଗି କ୍ଷେତ୍ର ସୃଷ୍ଟି ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ସାଇବର ନିରାପତ୍ତା, ଆଣବିକ ନିରସ୍ତ୍ରୀକରଣ ଓ ବାଣିଜ୍ୟ ପ୍ରସଙ୍ଗରେ ବି ଆଲୋଚନା ହୋଇପାରେ ।

Leave A Reply

Your email address will not be published.