Latest Odisha News

BREAKING NEWS

ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ୍, ଜଣେ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବଡ ଧରଣର ଡ଼କାୟତି l ଧର୍ମଶାଳାରେ ଥିବା ଲେହେଡି ଗାଁର କିଓସ୍କ ବ୍ୟାଙ୍କ୍ ମାଲିକ ନୀଳାମ୍ବର ମହାପାତ୍ରଙ୍କ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l ମାଲିକଙ୍କୁ ଲହୁଲୁହାଣ କରି ଟଙ୍କା ଲୁଟି ନେଇଥିବା ସୂଚନା l କିଓସ୍କ ମାଲିକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ କିଛି ଦୁବୃର୍ତ୍ତ ନୀଳାମ୍ବରଙ୍କ କିଓସ୍କକୁ ଜୋର୍ ଜବରଦସ୍ତି ଧସେଇ ପଶିବା ସହିତ ବନ୍ଧୁକ ଦେଖାଇ ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ l ହେଲେ ଟଙ୍କା ନଦେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା l କେବଳ ସେତିକି ନୁହେଁ ଏକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ l ଏହାର ସୁଯୋଗ ନେଇ ସେମାନେ କାଉଣ୍ଟର ରେ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଧରି ଫେରାର ମାରିଥିଲେ l

ପରେ ସ୍ଥାନୀୟ ଲୋକ ନିଲାମ୍ବରଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘୋରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ଘଟଣା ସ୍ଥଳରୁ ଏକ ବନ୍ଧୁକ ଓ ଗୁଳି ଜବତ କରିଛି l

Comments are closed.