Latest Odisha News

BREAKING NEWS

‘ଚାଇଲ୍ଡ ଫଣ୍ଡ’ ପକ୍ଷରୁ ମହିଳାମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଦାତବ୍ୟ ଅନୁଷ୍ଠାନ ‘ଚାଇଲ୍ଡ ଫଣ୍ଡ’ ଭୁବନେଶ୍ୱର ପକ୍ଷରୁ ବସ୍ତି ଅଞ୍ଚଳରେ କାମ କରୁଥିବା ମହିଳା ଆରୋଗ୍ୟ ସମିତି ସଦସ୍ୟମାନଙ୍କୁ ନେଇ ନୀଳାଦ୍ରି ବିହାର ୟୁ.ପି.ଏମ୍.ସି. ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୩ଟି ବସ୍ତି ଅଞ୍ଚଳର ମହିଳାମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଭଲୁଣ୍ଟାରିଆସୋ ସିଏସନର କ୍ଷମାକର ସ୍ୱାଇଁଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ୍ ହେଲ୍ଥ ମିଶନର ଜିଲ୍ଲା ପ୍ରଶିକ୍ଷକ ନିବେଦିତା ଜେନା ଯୋଗଦେଇ ମହିଳା ଆରୋଗ୍ୟ ସମିତିର ଦାୟିତ୍ୱ ଓ କର୍ତ୍ତବ୍ୟ ସମେତ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ସୁରକ୍ଷା ଯୋଜନା, ପ୍ରାଥମିକ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ପରିଷ୍କାର-ପରିଚ୍ଛନ୍ନତା ଓ ଆବର୍ଜନା ପରିଚାଳନା ସମ୍ପର୍କରେ ତାଲିମ ଦେବା ସହ ମହିଳା ଆରୋଗ୍ୟ ସମିତିକୁ କିଭଳି ଏକ ଆଦର୍ଶ ସମିତିରେ ପରିଣତ କରିପାରିବେ, ସେ ବିଷୟରେ ଅବଗତ କରାଇଥିଲେ ।

ଏହି ଶିବିରକୁ ଚାଇଲ୍ଡ ଫଣ୍ଡ ପକ୍ଷରୁ ପ୍ରଜ୍ଞା ମିଶ୍ର ପରିଚାଳନା କରିଥିବାବେଳେ ପଦ୍ମାବତୀ ମହାନ୍ତ, ସ୍ୱପ୍ନା ନାୟକ, ରଙ୍ଗବତୀ ସିଂ, ପ୍ରିୟଙ୍କା ମହାରଣା, ମଧୁସ୍ମିତା ସାହୁ ଓ ସୁଜାତା ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.