Latest Odisha News

BREAKING NEWS

ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ; କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଗଜପତି: କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ବ)ର ଗଞ୍ଜେଇ ଜବତ କରିଛି ପୋଲିସ । ଚାଲାଣ ପୂର୍ବରୁ ପ୍ରାୟ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସ । ଗିରଫମାନେ ହେଲେ ରାମସିଂ ଗାଁର ଅସିମ ମାଝୀ ଓ ଅନନ୍ତ ମାଝୀ ।

ସୂଚନାମୁତାବକ, ଅଡବା ଥାନା ଅନ୍ତର୍ଗତ ଗରଡମା ପଞ୍ଚାୟତ ରାମସିଂ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ଖବର ପୋଲିସକୁ ମିଳିଥିଲା । ଏହାପରେ ଅଡବା ଓ ମୋହନା ପୋଲିସ ଟିମ ମିଳିତ ଚଢାଉ କରିଥିଲେ। ଚଢ଼ାଉ ବେଳେ ୪୦ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ତେବେ ଏହି ଜବତ ଗଞ୍ଜେଇର ପରିମାଣ ୧୦ କୁଇଣ୍ଟାଲ ୫୦ କିଲୋ ରହିଛି ।

ଏହାର ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ଗଜପତି ଏସ୍‌ପି କହିଛନ୍ତି। ଏନେଇ ଅଡବା ଥାନାରେ ଏକ ମାମଲା ରୁଜୁ କରି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Comments are closed.