Latest Odisha News

ମାଲକାନଗିରିରେ ଘାଟି ତଳକୁ ଖସିଲା ଗାଡ଼ି: ଜଣେ ମୃତ ଓ ୬ରୁ ଅଧିକ ଆହତ

ମାଲକାନଗିରି: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଯାଉଥିଲେ । ହଠାତ୍ ଗାଡିର ବ୍ରେକ୍ ଫେଲ ହେଇଯିବାରୁ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଆହତମାନଙ୍କୁ ଖାଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.