Latest Odisha News

BREAKING NEWS

ପରିବା ହାଟ ଭିତରକୁ ମାଡ଼ିଗଲା ଟ୍ରକ; ଜଣେ ମୃତ, ୩ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ଯ ହରାଇ ରାସ୍ତା କଡ଼ରେ ଥିବା ପରିବା ବଜାର ଉପରେ ମାଡିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ଜଣକ ସ୍ଥାନୀୟ ପ୍ରଥମାଖଣ୍ଡ ଗାଁ ର ଅମୂଲ୍ୟ ସେଠୀ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଆଜି ସକାଳୁ ବାରବାଟି ପରିବା ହାଟରେ ବ୍ୟବସାୟୀ ମାନେ ପରିବା ବିକ୍ରି ପାଇଁ ବସିଥିବା ବେଳେ ଏକ ଟ୍ରକ ଆଉ ଏକ ଟ୍ରକ୍ କୁ ଓଭରଟେକ୍ କରିବା ସମୟରେ ଭାରଶସାମ୍ୟ ହରାଇ ହାଟ ଆଡକୁ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ପରିବା ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ର ଡ୍ରାଇଭର୍ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.